ଗାଡି ଭିତରୁ ଜେଇଙ୍କ ମୃତଦେହ ଉଦ୍ଧାର

ବରଗଡ: ଗାଡିରୁ ମିଳିଲା ଜେଇଙ୍କ ମୃତଦେହ। ବରଗଡ ବରପାଲିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହଳଦୀ ପାଳି ଛକରେ ବାଟରେ ଯାଉଥିବାବେଳେ ଅଧିକ ଗରମ ହେବାରୁ ଗାଡିରେ ଏସି ଲଗାଇ ଶୋଇପଡିଥିଲେ। ବାଟରୁ ଗାଡି ଭିତରୁ ଜେଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ଚନ୍ଦ୍ରଶେଖର ଝାଡିଆ ବୋଲି ଜଣାପଡିଛି। ଗାଡି ଭିତରେ ଏସି ସର୍ଟ ସର୍କିଟ୍ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor