ରାଜଧାନୀରେ ସକାଳୁ ୩୨.୮ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ବର: ସକାଳୁ ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଶୁକ୍ରବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୮ଡିଗ୍ରୀ ରେକର୍ଡ ହୋଇଛି । ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗଳି ଅନୁଭୂତ ହେଉଛି । ସେପଟେ ଆଜିଠୁ କାଳବୈଶାଖୀ ବର୍ଷାର ପ୍ରଭାବ ରହିଛି । ଆଜି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ହେଲେ ବି ଗୁଳୁଗୁଳି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
Powered by Froala Editor