ଡାକ୍ତରଖାନାର ତୃତୀୟ ମହଲାରୁ ଡେଇଁ ପଡ଼ିଲେ ମହିଳା
ରାୟଗଡ଼ା: ଡାକ୍ତରଖାନାର ତୃତୀୟ ମହଲାରୁ ଡେଇଁ ମହିଳା ରୋଗୀଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ମୃତକ ହେଲେ ରଜନୀ ମେଲେକା । ତାଙ୍କ ବୟସ ୨୮ ବର୍ଷ । ସେ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ଭୋରରୁ ରଜନୀ ଚିକିତ୍ସାଳୟ ତୃତୀୟ ମହଲାର ବାଥରୁମ ଯାଇଥିଲେ । କିଛି ସମୟ ପରେ ତଳକୁ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା । କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ରଜନୀ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି ।
Powered by Froala Editor