ଏମିତି କରି ଶରୀରରୁ ଲିଭାନ୍ତୁ ପୋଡା ଚିହ୍ନ ଓ ଦାଗ
ଆଜିକାଲି ଶରୀରରେ ଦାଗ ଦୂରେଇବାକୁ ଅନେକ ଜିନିଷର ବ୍ୟବହାର କରୁଛନ୍ତି । ଅନେକ ଲୋକ ମାର୍କେଟରେ ମିଳୁଥିବା କିଛି କେମିକାଲ ପ୍ରଡକ୍ଟର ବ୍ୟବହାର କରିଥାନ୍ତି, ଯାହା ସ୍କିନରେ ଖରାପ ପ୍ରଭାବ ପକାଇଥାଏ । ଆପଣ ଜାଣନ୍ତି କି ଘରୋଇ ଉପାୟରେ ମଧ୍ୟ ଆପଣ ଭଲ ଭାବେ ଶରୀରରୁ ଦାଗ ଦୂରେଇଥାଏ । କିନ୍ତୁ ଏଥିରେ ଅଲଗା ଅଲଗା କ୍ଷତ ଚିହ୍ନ ପାଇଁ ଅଲଗା ଅଲଗା ଉପଚାର କରିବାକୁ ପଡିଥାଏ । ଯେମିତିକି କଟା ଦାଗ ଠାରୁ ପୋଡା ଦାଗ ପାଇଁ ଉନ୍ନତମାନର ଚିକିତ୍ସା ଦରକାର ହୋଇଥାଏ । ଆସନ୍ତୁ ଜାଣିବା ସେଗୁଡିକ କଣ ।
ଆଳୁ : ଆଳୁ ଦାଗ ଦୂର କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କ୍ଷତ ଚର୍ମକୁ ବାହାର କରିବା ପାଇଁ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଆଳୁରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ବ୍ୟାକ୍ଟେରିଆର ବୃଦ୍ଧିକୁ ରୋକିଥାଏ । ତେଣୁ ପ୍ରତିଦିନ ଆଳୁ ଚୋପାକୁ କ୍ଷେତ ସ୍ଥାନରେ ଘସିବା ଦ୍ୱାରା ଦାଗ ଚାଲିଯାଇଥାଏ ।
ମେଥି ମଞ୍ଜି : ମେଥିମଞ୍ଜିରେ ଅନେକ କାରୋଟିନଏଡ୍ ମଧ୍ୟ ଥାଏ, ଯାହା ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ । ତେଣୁ ମେଥି ମଞ୍ଜିକୁ ବାଟି ପୋଡି ଯାଇଥିବା ସ୍ଥାନରେ ଲଗାଇଲେ ଦାଗ ଧିରେ ଅଦୃଶ୍ୟ ହେବାରେ ଲାଗିଥାଏ । ଏହା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ପାଉଡର ପେଷ୍ଟକୁ ପ୍ରତିଦିନ ହାଲୁକା ହାତରେ ଲଗାନ୍ତୁ ।
ଲେମ୍ବୁ ଓ ଟମାଟୋ: ଲେମ୍ବୁ ରସ ଚିହ୍ନ ଦୂର କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଲେମ୍ବୁରେ ଆଲଫା ହାଇଡ୍ରୋକ୍ସି ଏସିଡ ଥାଏ, ଯାହାକି ପୋଡାଜଳାର ପୁରୁଣା ଦାଗ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରଥମେ ଦାଗ ସ୍ଥାନକୁ ପାଣିରେ ଭଲ ଭାବେ ଧୁଅନ୍ତୁ । ତାପରେ ଏହି ରସକୁ ସେଠାରେ ଲଗାନ୍ତୁ । ପରେ ଏକ କପଡାକୁ ସେହି ରସରେ ଭିଜାଇ କ୍ଷତ ସ୍ଥାନରେ ୧୦ ରୁ ୧୫ ମିନଟ ରଖନ୍ତୁ । ଦେଖିବେ କିଛି ଦିନ ପରେ ଏହି ଦାଗ ଦୂର ହୋଇଯିବ ।
ବାଦାମ ତେଲ : ବାଦାମ ତେଲ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ-ଇ ଥାଏ । ଯାହା ଚର୍ମକୁ ପରିଷ୍କାର ଓ ନରମ ରଖିବାରେ ସାହାଯ୍ୟ କରିଥାଏ । ଶୋଇବା ପୂର୍ବରୁ କ୍ଷତ ସ୍ଥାନରେ ବାଦାମ ତେଲ ଲଗାଇବା ଦ୍ୱାରା ଚିହ୍ନ ଯଥାଶୀଘ୍ର ଦୂର ହୋଇଥାଏ ।
Powered by Froala Editor