ନକଲି କ୍ଷୀର ଗୋଦାମରେ ଚଢାଉ
ଭୁବନେଶ୍ୱର : ଜଗତସିଂହପୁରରେ ମଙ୍ଗଳବାର ଏକ ନକଲି କ୍ଷୀର ଗୋଦାମରେ ଚଢାଉ କରାଯାଇଛି। ତରାସାହିର ବାଲିସାହିରେ ଥିବା ଏହି ନକଲି କ୍ଷୀର ଗୋଦାମରେ ଚଢାଉ ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିବା ନେଇ ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ସେଠାରେ ଚଢାଉ କରାଯାଇଛି। ଅପମିଶ୍ରିତ କ୍ଷୀର ସହ ବସ୍ତା ବସ୍ତା ପାଉଡର୍ ଜବତ କରାଯାଇଛି। ଏହି ଅପମିଶ୍ରିତ କ୍ଷୀର ବିଭିନ୍ନ କମ୍ପାନୀକୁ ଯୋଗାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୀର୍ଘଦିନ ଧରି ଏହି ଅପମିଶ୍ରିତ କ୍ଷୀର କାରବାର ଚାଲୁଥିଲା । ଚାଷୀଙ୍କଠାରୁ କ୍ଷୀର ନେଇ ଅପମିଶ୍ରଣ କରାଯାଉଥିଲା। ଖବର ପାଇ ଜଗତସିଂହପୁର ଜିଲା ପ୍ରଶାସନର ୫ ଜଣିଆ ଟିମ୍ ଚଢାଉ କରି ଘଟଣାର ତଦନ୍ତ ଜାରି ରହିଛି।
ଓଡ଼ିଶା ଦୁଗ୍ଧ ମହାସଂଘ ବା ଓମଫେଡ୍ ପକ୍ଷରୁ କୁହାଯାଇଛି ଯେ, ଓମଫେଡ ଉପଯୁକ୍ତ ପରୀକ୍ଷାନିରୀକ୍ଷା କରି କ୍ଷୀର ସଂଗ୍ରହ କରୁଛି। ଉକ୍ତ ଗୋଦାମରୁ ଓମଫେଡକୁ କ୍ଷୀର ଆସେନାହିଁ। ସେହି ଗୋଦାମ ଅପମିଶ୍ରିତ କ୍ଷୀର ଯୋଗାଣ କରୁଥିବା ଜଣାପଡ଼ିବା ପରେ ତା’ ନାମରେ ମାମଲା ରୁଜୁ କରାଯାଇଛି।
Powered by Froala Editor