ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରା କଳାକାର
ନିମାପଡ଼ା: ଯାତ୍ରାପାର୍ଟି କଳାକାରଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିମାପଡ଼ା ନୂଆସନ୍ଥ ବଳାଙ୍ଗା କେନାଲ ବନ୍ଧରେ ଏହି ଦୁର୍ଘଟଣା ଘଟିଥିବାବେଳେ ଯାତ୍ରା ରାଜନନ୍ଦିନୀର ୫୦ କଳାକାର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।
ଯାତ୍ରା ରାଜନନ୍ଦିନୀର ୫୦ କଳାକାରଙ୍କୁ ନେଇ ଯାଉଥିବା ବସ କେନାଲ ବନ୍ଧ ତଳକୁ ଖସିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ସିଧା ଯାଇ ନଡ଼ିଆ ଗଛରେ ପିଟି ହୋଇ ଅଟକି ଯାଇଥିଲା। ଫଳରେ ଯାତ୍ରା ରାଜନନ୍ଦିନୀର ୫୦ କଳାକାରଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ନଡ଼ିଆ ଗଛ ଯୋଗୁଁଁ ସମସ୍ତ ୫୦ କଳାକାରଙ୍କ ଜୀବନ ବଞ୍ଚିଯାଇଥିଲା ଏବଂ ସେମାନେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ବୋଲି ପ୍ରକାଶ କରିଥିଲେ।
Powered by Froala Editor