ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଗୁଆଁଳ ଗ୍ରାମର ଭାଗ୍ୟଶ୍ରୀଙ୍କ ନାମ
ଧାମରା: ଧାମରା ନିକଟସ୍ଥ ଗୁଆଁଳ ଗ୍ରାମର ଏକ କୁନି ଝିଅ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ପ୍ରାପ୍ତ ଖବର ଅନୁଯାୟୀ, ଗୁଆଁଳ ଗ୍ରାମର ସୁବାଶ ମହାଳିକଙ୍କ ଝିଅ ଭାଗ୍ୟଶ୍ରୀ ମହାଳିକ ୩ବର୍ଷ ୭ ମାସ ବୟସ ମଧ୍ୟରେ ଏହି ରେକର୍ଡରେ ସ୍ଥାନ ପାଇଛନ୍ତି। କୁନି ଝିଅ ୨୦ପ୍ରକାର ପନି ପରିବା, ୧୦ଟି ପକ୍ଷୀ, ୧୮ଟି ଯାନ ବାହନ, ୨୪ଟି ପଶୁ, ମଣିଷ ଶରୀରର ୨୪ଟି ଅଂଶ, ୧୨ପ୍ରକାର ଫଳ, ୬ ପ୍ରକାର ଆକୃତି, ୬ଟି ରଙ୍ଗ, ୧୨ଟି ଜାତୀୟ ଚିହ୍ନ, ଓଡ଼ିଶାର ୩୦ଟି ଜିଲ୍ଲା, ଜାତୀୟ ସଙ୍ଗୀତ, ୧ରୁ ୫୦ପର୍ଯ୍ୟନ୍ତ ଗଣନା କରିବା ସେଗୁଡିକୁ ନିର୍ଭୁଲ ଭାବେ ବନାନ କରିବା, ଇଂରାଜୀରେ ୨୬ଟି ଅକ୍ଷର ନିର୍ଭୁଲ ଭାବେ କହିବାସହ ଶବ୍ଦରେ କହିବା, ୬ଋତୁ, ୧୨ମାସ ଏବଂ ଦିନକୁ ନିର୍ଭୁଲ ଭାବେ କହିବା ଏବଂ ଇଂରାଜୀରେ ବିଭିନ୍ନ ରାଇମ୍ ଆଦି ଭାବ ଭଙ୍ଗିରେ କହିବା କାର୍ଯ୍ୟ କରିପାରୁଥିବାରୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ କରାଯାଇଛି। କୁନି ଝିଅଟି ଆଗାମୀ ଦିନରେ ଡାକ୍ତର
ହେବା ଲକ୍ଷ୍ୟ ରଖି ସାଧାରଣ ଜନତାଙ୍କୁ ସେବା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ ବୋଲି ନିଜର ପ୍ରତିକ୍ରିୟା ରଖିଛି।
ଇଣ୍ଡିଆ ବୁକ ଅଫ ରେକର୍ଡର ଏକ ଟିମ୍ ଆସି ଭାଗ୍ୟଶ୍ରୀ ମହାଳିକଙ୍କ ଏହି ଦକ୍ଷତାକୁ ପ୍ରମାଣ କରିବା ପରେ ତାଙ୍କୁ ମାନପତ୍ର ପ୍ରଦାନ
କରିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡର ଏକ ବହି, ଏକ କଲମ ଏବଂ ଏକ ମେଡାଲ ଦେଇ ସମ୍ମାନିତ କରିଥିଲେ।
Powered by Froala Editor