ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକ ଗୁରୁତର
ଭୁବନେଶ୍ବର : ବରଗଡ ଅତାବିରା ବ୍ଳକ ମନାପଡା ଗାଁର ତଲିପଡାଠାରେ ଅଘଟଣ। ବିବାହ ଉତ୍ସବ ପାଇଁ ଟେଣ୍ଟ କାମ ଚାଲିଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ନାମ ସୁରେଶ ନାଏକ ବୋଲି ଜଣାପଡିଛି। ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅତାବିରା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡ, ଡାହାଣ ଗୋଡ଼ ଓ ମୁହଁରେ ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଦୀର୍ଘ ଦିନ ହେଲା ଏହି ବିପଦ ସଂଙ୍କୁଳ ୧୧ କେଭି ତାର ଝୁଲି ରହିଛି।ଏହାକୁ ଉପରକୁ ଉଠାଇବା ସହ ମରାମତି କରିବା ପାଇଁ ପଡାବାସୀ ବାରମ୍ବାର ଦାବି କରୁଛନ୍ତି। ହେଲେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
Powered by Froala Editor