କାନ୍ଥ ଭାଙ୍ଗିବା ବେଳେ ଚାପି ହୋଇଗଲେ

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ମାହାଙ୍ଗା ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି । ମାଟି କାନ୍ଥ ଭାଙ୍ଗିବା ବେଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ହେଲେ କାର୍ତ୍ତିକ ଜେନା (୫୮) । ଆଜି ସକାଳେ ସେ ତାଙ୍କ ଘରର ମାଟି କାନ୍ଥ ଭାଙ୍ଗୁ ଥିଲେ । ଏହି ସମୟରେ ତାଙ୍କ ଉପରେ କାନ୍ଥଟି ଓଲଟି ପଡ଼ିଥିଲା । ଫଳରେ କାର୍ତ୍ତିକ ଚାପି ହୋଇ ଯାଇଥିଲେ । ପରିବାର ଲୋକେ ଉଦ୍ଧାର କରିବାକୁ ପାଟି କରିଥିଲେ । ପଡ଼ୋଶୀ ଓ ଗ୍ରାମର କିଛି ଲୋକେ ତୁରନ୍ତ ପହଞ୍ଚି କାର୍ତ୍ତିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ମାହାଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।
Powered by Froala Editor