ଏଏମଏନଏସ କମ୍ପାନୀ ଆଗରେ ଠିକା ଶ୍ରମିକଙ୍କ ଧାରଣା
ପାରାଦୀପ: ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ(ଏଏମଏନଏସ) କମ୍ପାନୀ ଆଗରେ ଠିକା ଶ୍ରମିକ ଧାରଣା ଦେଇଛନ୍ତି। ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଏବଂ ଦରମା ବୃଦ୍ଧି ଦାବିରେ ଶତାଧିକ ଶ୍ରମିକ ଧାରଣାରେ ବସିଛନ୍ତି। ଧାରଣାରେ ୭୦୦ରୁ ଅଧିକ ଠିକା ଶ୍ରମିକ ସାମିଲ ହୋଇଛନ୍ତି। ଏଏମଏନଏସ ବରିଷ୍ଠ ଅଧିକାରୀ ଧାରଣାସ୍ଥଳକୁ ଯାଇ ଠିକା ଶ୍ରମିକଙ୍କୁ ବୁଝାସୁଝା ଉଦ୍ୟମ ଜାରି ରଖିଛନ୍ତି। ଅଘଟଣ ଏଡାଇବାକୁ ପୁଲିସ ମୁତୟନ ହୋଇଥିବା ସୂଚନା ମିଳିଛି।
Powered by Froala Editor