OSSC ସହ OPSC ପରୀକ୍ଷାରେ ତ୍ରୁଟି
ପ୍ରତିଯୋଗିତାମୂଳକ ପରୀକ୍ଷାରେ ପୁଣି ତ୍ରୁଟି ପରିଲକ୍ଷିତ ହୋଇଛି। ଗୋଟିଏ ଦିନରେ ଆଜି ରାଜ୍ୟ ଲୋକସେବା ଆୟୋଗ (ଓପିଏସ୍ସି) ଏବଂ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ସି) ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି। ନୋଟିସ୍ ଜରିଆରେ ତ୍ରୁଟି ସ୍ବୀକାର କରିଛନ୍ତି OPSC କର୍ତ୍ତୃପକ୍ଷ। ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି କର୍ତ୍ତୃପକ୍ଷ। । ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍ ଜାରି କରିଛନ୍ତି।
ସିଭିଲ ସର୍ଭିସ୍ ସେବା ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ଥିଲା। ପୂର୍ବାହ୍ନ ୯ରୁ ୧୨ଟା ଆନ୍ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍ ପରୀକ୍ଷା ଥିଲା। ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଥିଲା। ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି। ପ୍ରଥମ ସିଟିଂ ପରୀକ୍ଷା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ଝାଡ଼ିଛନ୍ତି। ଓପିଏସ୍ସି କର୍ତ୍ତୃପକ୍ଷ ନୋଟିସ୍ ଜାରିଆରେ ତ୍ରୁଟି ସ୍ବୀକାର କରିଛନ୍ତି।
ସେହିପରି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପରୀକ୍ଷାରେ ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପରୀକ୍ଷା ଥିଲା। ମାତ୍ର ସିଜିଏଲ୍ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଥିଲେ। ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ କର୍ତ୍ତୃପକ୍ଷ ତ୍ରୁଟି ସ୍ବୀକାର କରିଛନ୍ତି।
Powered by Froala Editor