Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ...

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ...

  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ...

  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ...

  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ...

  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ...

  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ...

  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ...

  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ...

  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ...

ରାଜ୍ୟ
Home ›› ରାଜ୍ୟ ››ପାକିସ୍ତାନ ନାଗରିକତା ପାସ୍‌ପୋର୍ଟ, ଭାରତୀୟ ଭୋଟର୍‌ ପରିଚୟପତ୍ର

ପାକିସ୍ତାନ ନାଗରିକତା ପାସ୍‌ପୋର୍ଟ, ଭାରତୀୟ ଭୋଟର୍‌ ପରିଚୟପତ୍ର

2025-04-27 05:38:40
13546
Share:
Facebook
Twitter
E-Mail
WhatsApp
Telegram
ପାକିସ୍ତାନ ନାଗରିକତା ପାସ୍‌ପୋର୍ଟ, ଭାରତୀୟ ଭୋଟର୍‌ ପରିଚୟପତ୍ର

ଭୁବନେଶ୍ବର/ବଲାଙ୍ଗିର: ଗୋଟିଏ ହାତରେ ପାକିସ୍ତାନ ନାଗରିକତା ପାସ୍‌ପୋର୍ଟ। ଆର ହାତରେ ଭାରତୀୟ ଭୋଟର୍‌ ପରିଚୟପତ୍ର ଓ ଆଧାର କାର୍ଡ। ଏଠାରେ ଭୋଟ୍‌ ଦେଉଛନ୍ତି। ନେତା, ସରକାର ନିର୍ବାଚିତ କରୁଛନ୍ତି। ଜମ୍ମୁକାଶ୍ମୀର ପହଲଗାଓଁରେ
ପର୍ଯ୍ୟଟକଙ୍କୁ ଆତଙ୍କବାଦୀଙ୍କ ହତ୍ୟା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପାକିସ୍ତାନୀ ନାଗରିକଙ୍କୁ ଦେଶାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି। ଏହିକ୍ରମରେ ବଲାଙ୍ଗିର ଜିଲା ସଦର କୁମ୍ଭାରପଡ଼ାରେ ରହୁଥିବା ସାରଦା କୁକରେଜା ଚିନ୍ତାରେ ପଡ଼ିଛନ୍ତି। ପାକିସ୍ତାନ ସହ ମୋର କୌଣସି ସଂପର୍କ ନାହିଁ। ପିଲା ଛୁଆ ପରିବାର ସବୁ ଭାରତୀୟ। ମୋତେ ପରିବାର ସହ ରହିବାକୁ ଦିଅ। ପାକିସ୍ତାନ ଯାଇ କେଉଁଠି ରହିବି, କ’ଣ କରିବି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋ ଗୁହାରି ବୁଝନ୍ତୁ ବୋଲି ସାରଦା ନିବେଦନ କରିଛନ୍ତି।
ବଲାଙ୍ଗିର ସହର ଠିକାଦାରପଡ଼ା ନିକଟ କୁମ୍ଭାରପଡ଼ାରେ ମହେଶ କୁକରେଜା, ପତ୍ନୀ ସାରଦା, ପୁଅ-ବୋହୂ, ନାତି ନାତୁଣୀ ସହ ରୁହନ୍ତି। ସୂଚନା ଅନୁସାରେ, ସାରଦାଙ୍କ ବାପା ୭୦ ଦଶକରେ ପାକିସ୍ତାନର ସିନ୍ଧ୍ ପ୍ରଦେଶରୁ ଆସି କୋରାପୁଟରେ ରହିଥିଲେ। ସାରଦାଙ୍କ ୩ ଭାଇ ଓ ୩ ଭଉଣୀ। ବଲାଙ୍ଗିରର ମହେଶଙ୍କୁ ସାରଦା ବାଈ ବିବାହ କରିଥିଲେ। ଦୀର୍ଘ ୩୫ ବର୍ଷ ହେଲା ମହେଶ ଓ ସାରଦା କୁମ୍ଭାରପଡ଼ାର ବାସିନ୍ଦା। ତାଙ୍କର ପୁଅ ଗୋଲୁ, ବୋହୂ, ନାତି ନାତୁଣୀ ଅଛନ୍ତି। ଝିଅ ବିବାହିତ। ଭାରତ ଆସିବା ପରେ କେବେ ବି ପାକିସ୍ତାନ ଯାଇ ନଥିବା ଓ ସଂପର୍କୀୟଙ୍କ ବିଷୟରେ ଜାଣି ନଥିବା ସାରଦା କହିଛନ୍ତି। ଭାରତୀୟ ଭୋଟର୍‌ ପରିଚୟପତ୍ର ଓ ଆଧାର କାର୍ଡ ତାଙ୍କ ପାଖରେ ଥିଲେ ବି ତାଙ୍କୁ ଭାରତୀୟ ନାଗରିକତ୍ୱ ମିଳିପାରି ନାହିଁ। ପୁଅ ଗୋଲୁଙ୍କ କହିବା ଅନୁସାରେ, ଆମେ ଭାରତୀୟ। ସବୁ ବର୍ଷ ମା’ଙ୍କ ଭାରତୀୟ ନାଗରିକତା ପାଇଁ ଆବେଦନ କରୁଥିଲେ ବି ତାହା ଗ୍ରହଣୀୟ ହେଉ ନାହିଁ। ମା’ଙ୍କର ପାକିସ୍ତାନ ସହିତ କୌଣସି ସମ୍ପର୍କ ନାହିଁ। ସେଠାରେ କେହି ସମ୍ପର୍କୀୟ ନଥିବା କହିଛନ୍ତି। ଆଉ ସାରଦା କହିଛନ୍ତି ଯେ, ପାକିସ୍ତାନ ପଠାଇଲେ କ’ଣ କରିବି। ମୋତେ ଭାରତରେ ଓ ମୋ ପରିବାର ସହ ରହିବାକୁ ଅନୁମତି ଦିଅନ୍ତୁ।
ସେହିପରି ଭୁବନେଶ୍ବରର ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ଉକ୍ତ ପାକିସ୍ତାନୀ ମହିଳା ହେଲେ ନଗମା ୟୁସୁଫ୍‌। ତାଙ୍କ ସ୍ୱାମୀ ହେଲେ ମହମ୍ମଦ ନିଜାମ ଉଦ୍ଦିନ। ନିଜାମ ବ୍ୟବସାୟ କରି ପରିବାର ପୋଷଣ କରନ୍ତି। ତାଙ୍କ ଘରେ ପୁଲିସ ପହଞ୍ଚି ନୋଟିସ ଜାରି କରିଛି। ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ପୁଲିସ ତାଙ୍କୁ ତାଗିଦ କରିଛି। ସମ୍ପୃକ୍ତ ପାକିସ୍ତାନୀ ମହିଳା ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ବର ଆସିଥିଲେ। ଜଣେ ଓଡ଼ିଶାର ଯୁବକଙ୍କୁ ବିବାହ କରିବା ସହ ସେ ଏଠାରେ ରହୁଥିଲେ। ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି। ଏକଜିଟ୍ ଭିସା ପାଇଁ ସେ କମିସନରେଟ ପୁଲିସ ନିକଟରେ ଆବେଦନ କରିଥିଲେ। ତାଙ୍କ ଆବେଦନ ପଡି ରହିଥିଲା। ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ଭୁବନେଶ୍ବର ଛାଡି ଯିବା ପାଇଁ କମିସନରେଟ ପୁଲିସ ନୋଟିସ କରିଛି। ଏବେ ଜରୁରୀକାଳୀନ ପରିସ୍ଥିତ ସୃଷ୍ଟି ହୋଇଛି, ଏହି ପରିସ୍ଥିତିକୁ ସମସ୍ତେ ବୁଝିବା ଦରକାର ଅଛି, ସରକାର ଯାହା ଉଚିତ୍ ମନେକରିଛନ୍ତି, ଆମର କୌଣସି ଆପତ୍ତି ନାହିଁ। ଆମେ ସରକାରଙ୍କ ସହ ଅଛୁ ବୋଲି ସ୍ବାମୀ ନିଜାମ୍ ଉଦ୍ଦିନ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।
ପ୍ରକାଶ ଯେ, ଗତ ୨୨ ପହଲଗାଓଁ ନରସଂହାର ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦେଶରେ ଥିବା ପାକିସ୍ତାନୀଙ୍କୁ ଦେଶ ଛାଡ଼ିବା ପାଇଁ ନୋଟିସ୍ ଦେବାକୁ ଘୋଷଣା କରିଥିଲେ। ରାଜ୍ୟ ଗୃହ ବିଭାଗ ନିର୍ଦେଶରେ ବଲାଙ୍ଗିର ପୁଲିସ ମୁଖ୍ୟାଳୟରୁ ସାରଦାଙ୍କୁ ଦେଶାନ୍ତର ପାଇଁ ନୋଟିସ୍‌ ପ୍ରଦାନ କରାଯାଇଛି। ତାଙ୍କର ଦୀର୍ଘ ମିଆଦୀ ଭିସା ରଦ୍ଦ କରାଯାଇଛି। ତୁରନ୍ତ ଦେଶ ଛାଡ଼ିବାକୁ କୁହାଯାଇଛି। ନୋଟିସ୍‌ର ନିର୍ଦ୍ଦେଶ ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମିଳିଛି। ଯାହାକୁ ନେଇ ବଲାଙ୍ଗିରରେ ରହି ଆସୁଥିବା ସାରଦା ଓ ପରିବାର ଚିନ୍ତାରେ ପଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଶାହଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ୧୨ ଜଣ ପାକିସ୍ତାନ ନାଗରିକ ଥିବା ସରକାରୀ ଭାବେ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଜଣେ ପାକିସ୍ତାନୀ ମହିଳା ଜଣେ ଓଡ଼ିଆଙ୍କୁ ବିବାହ କରି ରହିଛନ୍ତି। ତାଙ୍କର ଭିସା ଅବଧି ୨୦୨୪ରେ ସମାପ୍ତ ହୋଇଥିବା ଜଣାପଡ଼ିଛି।
ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହିଥିବା ଜଣାପଡ଼ିଛି। ଦୀର୍ଘକାଳୀନ ଭିସାରେ ଏହି ପାକିସ୍ତାନୀ ଓଡ଼ିଶାରେ ଅଛନ୍ତି। ଗୃହ ମନ୍ତ୍ରଣାଳୟର ନିର୍ଦେଶ ପରେ ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ‌ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭିସା ବାତିଲ ସହ ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ମହଲତ୍ ଦିଆଯାଇଥିଲା। ମେଡିକାଲ ଭିସାରେ ଥିବା ନାଗରିକଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଛି। ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି।

Powered by Froala Editor

Tags Pakistan citizen

Related articles Odisha News Lens 4.1

  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ
    ଦେଶ-ଦେଶାନ୍ତର

    ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ

    13812
    May 11, 2026
  • ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ
    ଦେଶ-ଦେଶାନ୍ତର

    ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଭାବପ୍ରବଣ ହେଲେ ଟିଭିକେ ଦଳର ସଦସ୍ୟ

    14381
    May 10, 2026
  • ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?

    13687
    May 10, 2026
  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ
    ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    14908
    May 11, 2026
  • ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର
    ଦେଶ-ଦେଶାନ୍ତର

    ଛୋଟ ଡ୍ରେସ୍ ପିନ୍ଧି ରିଲ୍ସ କରୁଥିଲା ବୋହୂ, ବିଷ ପିଇଦେଲେ ଶାଶୂ-ଶ୍ୱଶୁର

    13936
    May 11, 2026
  • ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ:  ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ
    ଦେଶ-ଦେଶାନ୍ତର

    ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ

    13659
    May 11, 2026
  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...
    ରାଜନୀତି

    ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13526
    May 11, 2026
  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13238
    May 11, 2026
  • ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ
    ଦେଶ-ଦେଶାନ୍ତର

    ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ

    14219
    May 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?

    13687
    May 10, 2026
  • ଦେଶ-ଦେଶାନ୍ତର

    ପେଟ୍ରୋଲ, ଡିଜେଲ ସଙ୍କଟ : ଆରମ୍ଭ ହୋଇପାରେ ୱାର୍କଫ୍ରମ ହୋମ୍ ଓ ଲକ୍‌ଡାଉନ

    14219
    May 11, 2026
  • ଦେଶ-ଦେଶାନ୍ତର

    ଶୁଭେନ୍ଦୁଙ୍କ ପିଏ ହତ୍ୟାକାଣ୍ଡ: ୟୁପିଆଇ ପେମେଣ୍ଟ ପାଇଁ ଧରାପଡ଼ିଲେ ୩ ସନ୍ଦିଗ୍ଧ

    13659
    May 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17469
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17518
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17877
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16350
    Apr 03, 2021

ବିଶେଷ

  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    15899
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14497
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15456
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15204
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    14004
    May 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15391
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15131
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15624
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13945
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    13238
    May 11, 2026
  • ୨୯ ବର୍ଷ ବୟସରେ କ୍ୟାବିନେଟ୍ ମନ୍ତ୍ରୀ, ଜାଣନ୍ତୁ ଏସ୍ କିର୍ତ୍ତନାଙ୍କ ବିଷୟରେ...

    13526
    May 11, 2026
  • ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ, ସୁନା ଗହଣା କିଣନ୍ତୁ ନାହିଁ

    13812
    May 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In