ନିୟମିତ ଯୋଗ କଲେ ମଜଭୁତ ହୋଇଥାଏ ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗ

ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବାରେ ବ୍ୟାୟାମ ସହ ଯୋଗର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ନିଜ ଶରୀର ପ୍ରତି ଅଧିକ ଯତ୍ନଶୀଳ ହେବାର ସମୟ ଆସିଛି। କାରଣ ଦିନକୁ ଦିନ ବିଭିନ୍ନ ରୋଗର ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ ହେଉଛି- ଏକଥା ସତ, ହେଲେ ସେପଟେ କେତେକ ରୋଗ ସେମାନଙ୍କର କାୟା ବିସ୍ତାର କରିଚାଲିଛନ୍ତି। ତେଣୁ ଶରୀରକୁ ଫିଟ୍ ରଖିବା ପାଇଁ ହେଲେ ଯୋଗକୁ ହଁି ଆମକୁ ବିକଳ୍ପ ଭାବେ ଆପଣେଇବାକୁ ପଡ଼ିବ। ଯୋଗ କରିବା ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହୁଏ, ଯାହା ଆମ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଶକ୍ତ କରିଥାଏ। ରକ୍ତ ଚାପକୁ ମଧ୍ୟ ଏହା ସନ୍ତୁଳିତ ଅବସ୍ଥାରେ ରଖେ। ଅନେକ ସମୟରେ ଅଧିକାଂଶ ଲୋକ ଚାପରେ ରହିବା ଯୋଗୁ୍ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ସେଥିପାଇଁ ସେମାନେ ନିଦ୍ରାହୀନତାର ଶିକାର ହୁଅନ୍ତି। ନିୟମିତ ଯୋଗ କଲେ ଭଲ ନିଦ ହୁଏ। ମାନସିକ ଭାରସାମ୍ୟ ଠିକ୍ ରଖିବା ଓ ସ୍ମରଣ ଶକ୍ତି ବଢ଼ାଇବା ଦିଗରେ ମଧ୍ୟ ଏହାର ଭୂମିକା ରହିଛି। ଏକ ପ୍ରଦୂଷଣମୁକ୍ତ ସ୍ଥାନରେ ଶାନ୍ତ ମନରେ ଯୋଗ କରନ୍ତୁ।
Powered by Froala Editor