ଓଡିଶାରୁ ବିଦା ହେବେ ପାକିସ୍ତାନୀ, ଦେଶ ଛାଡିବାକୁ ନୋଟିସ୍ ଜାରି
ଭୁବନେଶ୍ୱର : ଓଡିଶାରୁ ସମସ୍ତ ପାକିସ୍ତାନୀଙ୍କୁ ବିଦା କରିବା ପାଇଁ ପ୍ରକ୍ରିିୟା ଆରମ୍ଭ ହୋଇ ସାରିଛି । ଭୁବନେଶ୍ୱରରେ ଅଛନ୍ତି ଜଣେ ପାକିସ୍ତାନୀ ମହିଳା । ସେ ଭିସାରେ ପ୍ରାୟ ୨୦୦୮ରୁ ଭୁବନେଶ୍ୱରରେ ରହି ଆସୁଛନ୍ତି । ସେ ଜଣେ ଓଡିଆ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି ବୋଲି ଜଣାପଡିଛି । ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି । ପହଲଗାମ୍ ଆକ୍ରମଣ ଘଟଣା ପରେ ସମସ୍ତ ପାକିସ୍ତାନୀଙ୍କୁ ଦେଶ ଛାଡି ଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା ସହ ଉକ୍ତ ମହିଳାଙ୍କୁ ମଧ୍ୟ ଯିବା ପାଇଁ କମିଶନରେଟ୍ ପୁଲିସ ନୋଟିସ୍ କରିଛି । ସେପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନାନୁଯାୟୀ ସମସ୍ତ ପାକିସ୍ତାନୀଙ୍କୁ ଚିହ୍ନଟ କରାଯାଇଛି।
Powered by Froala Editor