ହାସ୍ୟ ଅଭିନେତା ଅଜୟ ନାୟକଙ୍କ ପରଲୋକ
ଭୁବନେଶ୍ବର : ଟେଲିଭିଜନର ହାସ୍ୟ ଅଭିନେତା ଅଜୟ ନାୟକଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ସେ ଘରୋଇ ଓଟିଭି ଚାନେଲର ‘ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ’ ଶୋ’ରେ ଦୀର୍ଘ ବର୍ଷ ଧରି ହାସ୍ୟ ଅଭିନୟ କରୁଥିଲେ। ମିଳିଥିବା ସୂଚନା ଅନୁସାରେ ସେ ରବିବାର ସନ୍ଧ୍ୟାରେ ଘର ନିକଟସ୍ଥ ବଜାରରୁ ସଉଦା କରି ଫେରୁଥିବାବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ନିଖୁଣ ଅଭିନୟ ସମଗ୍ର ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।
Powered by Froala Editor