ବୋମାମାଡ କରିବା ସହ ହାଣି ଲୁଟ୍ କଲେ ଦୁର୍ବୁତ୍ତ
ଭବାନୀପାଟଣା : ଭବାନୀପାଟଣାରୁ ସୋମବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଟାଉନ ଥାନା ମୁଖ୍ୟ ସହର ମହାବୀର ପଡିଆ ନିକଟରେ ବୋମାମାଡ କରିବା ସହ ହାଣି ଲୁଟ୍ ହୋଇଛି। ବାଇକ୍ରେ ୩ ଲକ୍ଷ ନେଇ ଯିବା ବେଳେ ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଛନ୍ତି। ୩ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରି ସ୍ଥାନୀୟଲୋକେ ପୁଲିସ ଜିମା ଦେଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Powered by Froala Editor