ଶ୍ରୀମନ୍ଦିରରେ ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ
ପୁରୀ : ମହାପ୍ରଭୁଙ୍କ ମହାସ୍ନାନ। ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି। ସକାଳେ ଶ୍ରୀବିଗ୍ରହଙ୍କ ଅବକାଶ ନୀତି ପରେ ବେଶ ହେଉଥିବାବେଳେ ଭିତରକାଠ ନିକଟରେ ଜଣେ ବ୍ୟକ୍ତିଙ୍କ ଗୋଡରେ କାଚ ପଶି ଯାଇଥିଲା। ଫଳରେ ତାଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତସ୍ରାବ ହୋଇଥିଲା। ଏଣୁ ବିଧି ମୁତାବକ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଥିଲା। ଏହି ସମୟରେ କିଛି ସମୟ ପାଇଁ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିଥିଲା। ମହାସ୍ନାନ ହେବା ପରେ ପୁର୍ନବାର ଦର୍ଶନ ସ୍ଵାଭାବିକ ହୋଇଥିଲା। ଆଜି ବୈଶାଖ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
Powered by Froala Editor