କିନ୍ନର ବେଶରେ ପିଲା ଚୋରି କରି ଧରାପଡିଲେ ଅଭିଯୁକ୍ତ
ଯାଜପୁର: କିନ୍ନର ବେଶରେ ଠାକୁରମୁଣ୍ଡାରୁ ଶିଶୁକନ୍ୟା ଚୋରି ଘଟଣା। ପୁଲିସ୍ ଯାଜପୁର ରୋଡ୍ ଥାନା କାଚହୁଡି ସାହିରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଚୋରି କରିଥିବା କିନ୍ନରକୁ ପିଲା ସହ ଅନ୍ୟ କିନ୍ନରମାନେ ଧରିଥିବାବେଳେ ଚୋର ଦୁଇ ଜଣ କିନ୍ନର ହୋଇନଥିବା ଜଣାପଡିଛି। ଗତ୧୭ ତାରିଖରେ ଶିଶୁ କନ୍ୟାଟି ମା ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିବାବେଳେ ଠାକୁରମୁଣ୍ଡାରୁ ଯୁବକ ଜଣକ ଚୋରି କରିନେଇଥିଲା। ଉଭୟ ଶାଢୀ ପିନ୍ଧି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଏବଂ ବିଭିନ୍ନ ଉଭୟ ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ଯାଜପୁର ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ଛାନଭିନ୍ ଜାରି ରଖିଛି।
Powered by Froala Editor