ନାବାଳକକୁ ହତ୍ୟା ଧମକ: ବନ୍ଧୁକ ଜବତ, ୨ ଗିରଫ
ପାଟଣାଗଡ : ନାବାଳକକୁ ହତ୍ୟା ଧମକ ଦେଇ ୨ ଜଣ ଗିରଫ ହୋଇଥିବା ବେଳେ ବନ୍ଧୁକ ଜବତ ହୋଇଛି। ଖପ୍ରାଖୋଲ ଥାନା ଦାନାମାଳ ଗାଁରୁ ଏହି ହତ୍ୟା ଧମକ ଘଟଣା ସାମ୍ନାକୁ ଆସିଛି । ନାବାଳକ ଛାତିରେ ବନ୍ଧୁକ ରଖି ହତ୍ୟା ଧମକ ଦେଇଥିଲେ ଅଭିଯୁକ୍ତ । ସ୍ଥାନୀୟଲୋକେ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି।
Powered by Froala Editor