ରାସ୍ତାପାର୍ଶ୍ବ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ
ଭୁବନେଶ୍ବର: ରାସ୍ତାରେ ସ୍କୁଟି ରଖି ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ। ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୌଡ଼ପାଟଣା ଗାଁ ନିକଟ ରାସ୍ତାପାର୍ଶ୍ବ ଏକ ଗଛରୁ ଏହି ପ୍ରେମୀଯୁଗଳଙ୍କ ମୃତଦେହ ଜବତ କରିଛି ପୁଲିସ। ଉଭୟେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତଦେହଠାରୁ କିଛି ଦୂରରେ ରାସ୍ତା ଉପରେ ଏକ ସ୍କୁଟି ରହିଛି। ଏହି ସ୍କୁଟିରେ ସେମାନେ ଏଠାକୁ ଆସିଥିବା ଅନୁମାନ କରାଯାଉଛି। ଯୁବକଯୁବତୀ ଦ୍ଵୟଙ୍କ ପରିଚୟ ଜଣାପଡ଼ି ନାହିଁ। ଜଙ୍କିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି।
Powered by Froala Editor