ରାମ ମନ୍ଦିର ଉଡ଼ାଇବାକୁ ଧମକପୂର୍ଣ୍ଣ ମେଲ୍

ଅଯୋଧ୍ୟା ରାମ ମନ୍ଦିର ଉଡ଼ାଇବାକୁ ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟକୁ ଆସିଲା ଧମକପୂର୍ଣ୍ଣ ମେଲ୍। ରାମ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ଇମେଲ୍ରେ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଛି… କୁହାଯାଇଛି ଯେ ଯଦି ଏହା ନ କରାଯାଏ, ତେବେ ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦିଆଯିବ। ଏହାସହ ଉତ୍ତର ପ୍ରଦେଶର ୧୦-୧୫ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସରକାରୀ ଇ-ମେଲରେ ଧମକ ମିଳିଛି।
ତେବେ ରାମମନ୍ଦିର ଟ୍ରଷ୍ଟ ଏହାକୁ ଗମ୍ଭୀରତା ସହିତ ନେଇ ସାଇବର ଥାନାରେ ଏତଲା ଦେଇଛି । ଅଯୋଧ୍ୟାରେ ରାମଜନ୍ମ ଭୂମି ଟ୍ରଷ୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ଜାରି କରିଛି । ପୋଲିସ ବିଭିନ୍ନ ସ୍ଥାନରେ ମାର୍ଚ୍ଚ-ଫାଷ୍ଟ କରିବା ସହିତ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛି । ଏହା ସହିତ ବାରବାଙ୍କୀ, ଚନ୍ଦୌଲୀ ଭଳି ଅନ୍ୟ ଜିଲ୍ଲା ଗୁଡ଼ିକୁ ମଧ୍ୟ ଆଲର୍ଟରେ ରଖାଯାଇଛି । କାରଣ ଏହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବୋମା ବିସ୍ଫୋରଣ ଧମକ ଆସିଥିଲା ।
ସୁରକ୍ଷା ଏଜେନ୍ସି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଇ-ମେଲ୍ ଯୋଗେ ଧମକପୂର୍ଣ୍ଣ ମେସେଜ ତାମିଲନାଡ଼ୁରୁ ଆସିଛି । ସାଇବର ସେଲ୍ ଅଭିଯୁକ୍ତକୁ ଧରିବାକୁ ରାମଜନ୍ମ ଭୂମି ଟ୍ରଷ୍ଟ ଓ ଜିଲ୍ଲାପାଳ ମାନଙ୍କୁ ଆସିଥିବା ଇ-ମେଲକୁ ଯାଞ୍ଚ କରୁଛି । ବର୍ତ୍ତମାନ ଅଯୋଧ୍ୟା, ବାରବାଙ୍କୀ, ଚନ୍ଦୌଲୀ ଓ ଅନ୍ୟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।
ବାରବାଙ୍କି, ଫିରୋଜାବାଦ ଏବଂ ଚନ୍ଦୌଲିର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟକୁ ବୋମା ମାଡ଼ କରିବାକୁ ଧମକପୂର୍ଣ୍ଣ ଏକ ମେଲ୍ ମିଳିଛି।
Powered by Froala Editor