ଭାବି-ଜ୍ୱାଇଁ ସହ ଶାଶୂ ଫେରାର

ଝିଅ ବାହାଘର ପୂର୍ବରୁ ଭାବି ଜ୍ବାଇଁ ସହ ଶାଶୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାର ମଦ୍ରାକ ଥାନା ଅଞ୍ଚଳର ମନୋହରପୁର ଗ୍ରାମର ବାସିନ୍ଦା ଜିତେନ୍ଦ୍ର କୁମାର ପୁଲିସ ଷ୍ଟେସନରେ ଅଭିଯୋଗ କରି କହିଛନ୍ତି, ‘ମୋ ଝିଅର ବାହାଘର ସ୍ଥିର ହୋଇଥିବା ପୁଅ ସହିତ ମୋ ସ୍ତ୍ରୀ ଫେରାର ହୋଇଯାଇଛନ୍ତି।
ଏପ୍ରିଲ ୧୬ ତାରିଖରେ ରାହୁଲ ଓ ଶିବାନୀଙ୍କ ବାହାଘର ହେବାର ଥିଲା । ଏ ନେଇ କାର୍ଡ ଛପା ହେବା ସହ ବନ୍ଧୁ, କୁଣିଆଙ୍କୁ ନିମନ୍ତ୍ରଣ ମଧ୍ୟ କରାସରିଥିଲା । କିନ୍ତୁ ଶାଶୂ ଅନୀତା ଭାବି ଜ୍ୱାଇଁଙ୍କ ସହ ସବୁ ସୁନା ଓ ଟଙ୍କା ନେଇ ଫେରାର୍ ହୋଇଛନ୍ତି ।
ଶିବାନୀଙ୍କ ବାପା ଜିତେନ୍ଦ୍ର କୁମାର ବେଙ୍ଗାଲୁରୁରେ ରହି ବ୍ୟବସାୟ କରନ୍ତି । ରାହୁଲଙ୍କ ସହିତ ଅନିତା ଦିନ ରାତି କଥା ହେଉଥିବାବେଳେ ଜିତେନ୍ଦ୍ର ଏ କଥାକୁ ଗୁରୁତ୍ୱ ନ ଦେଇ ବାହାଘରର ଦିନ ଗଣୁଥିଲେ । ଅନିତା ଫେରାର ହେବା ନେଇ ସ୍ୱାମୀ ଜିତେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି । ସେ ନେଇଯାଇଥିବା ଟଙ୍କା ଓ ସୁନା ଗହଣା ଫେରାଇବା ପାଇଁ ଜିତେନ୍ଦ୍ର ତାଙ୍କୁ ଅନୁରୋଧ କରିଛନ୍ତି । ଅନିତା ଓ ରାହୁଲ ଦୁହିଁଙ୍କ ଫୋନ୍ ସ୍ୱିଚ ଅଫ୍ ରହିଛି । ଅନୀତା ଜିତନ୍ଦ୍ରେଙ୍କ ପାଖକୁ ଫେରିବାକୁ ଚାହୁଁ ନ ଥିବା କହିଥିବାବେଳେ ରାହୁଲ କହିଛନ୍ତି, ଅନିତା ଏବେ ମୋର୍, ତୁମେ ତାଙ୍କୁ ଭୁଲିଯାଅ ।
ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଜିତେନ୍ଦ୍ର କୁମାରଙ୍କ ଫେରାର ସ୍ତ୍ରୀ ଓ ତାଙ୍କ ସହିତ ଥିବା ଯୁବକଙ୍କୁ ଧରିବାକୁ ଚେଷ୍ଟା କରୁଛି।
Powered by Froala Editor