କ୍ରିକେଟ୍ ଖେଳିବା ବେଳେ ଇଞ୍ଜିନିୟରିଂ ଛାତ୍ରଙ୍କୁ ହୃଦଘାତ

ପଡିଆରେ କ୍ରିକେଟ ଖେଳିବା ସମୟରେ ଜଣେ ଛାତ୍ରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ୨୧ ବର୍ଷୀୟ ଛାତ୍ର ଜଣକ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି ।
ଛାତ୍ର ଜଣକ ହାଇଦ୍ରାବାଦ୍ର ଏକ କଲେଜରେ ପାଠ ପଢୁଥିଲେ ବୋଲି କୁହାଯାଉଛି । ୪ର୍ଥ ବର୍ଷର ଛାତ୍ର ଥିଲେ । ଘଟଣା ପରେ ତୁରନ୍ତ ତାଙ୍କ ସାଥି ଓ କଲେଜ କର୍ମଚାରୀ ତାଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲ ରିପୋର୍ଟରେ ମୃତ୍ୟୁର କାରଣ ହୃଦଘାତ ବୋଲି ଉଲ୍ଲେଖ କରାଯାଇଛି । ଏହି ଭିଡିଓଟି X ରେ @gharkekalesh ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଭିଡିଓ ଦେଖି ସଭିଏଁ ଚକିତ ହୋଇଛନ୍ତି । କଲେଜ ପଡିଆରେ କ୍ରିକେଟ ଖେଳିବା ସମୟରେ ଛାତ୍ରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଦ୍ରୁତ ଗତିରେ ଏହି ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି ।
Powered by Froala Editor