Indian Idol ଛାଡ଼ିଲେ ବିଶାଲ

ଗାୟକ ବିଶାଲ ଦଦଲାନୀ ଶେଷରେ ‘ଇଣ୍ଡିଆନ୍ ଆଇଡଲ୍’ ସହ ତାଙ୍କର ଛଅ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ଏହି ରିଆଲିଟି ଶୋ’ରେ ଦୀର୍ଘ ସମୟ ଧରି ବିଚାରକ ଭାବରେ ଦାୟିତ୍ଵ ତୁଲାଇଛନ୍ତି, କିନ୍ତୁ ଏବେ ଏହି ସିଜିନ୍ ଶେଷ ହେବା ସହିତ ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ ଭାବପ୍ରବଣ ହୋଇ ବିଦାୟ କହିଛନ୍ତି।
ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ହୋଇଥିଲା। କୋଲକାତାର ୨୪ ବର୍ଷୀୟ ମାନସୀ ଘୋଷ ଏହାର ଟ୍ରଫି ଜିତିଥିଲେ। ଚଳିତ ସିଜନକୁ ରାପର ବାଦ୍ଶାହା, ଶ୍ରେୟା ଘୋଷାଲ ଏବଂ ବିଶାଲ ଦଦଲାନୀ ହୋଷ୍ଟ କରିଥିଲେ। ହେଲେ ଏବେ ବିଶାଲ ଶୋ’ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ୬ ବର୍ଷ ପରେ ସେ ହଠାତ୍ ଶୋ’ ଛାଡ଼ୁଥିବାରୁ ପ୍ରଶଂସକ ଏବଂ ଦର୍ଶକ ଚକିତ ହୋଇଛନ୍ତି।
ବିଶାଲ ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ତାଙ୍କ ଯାତ୍ରାକୁ ମନେ ପକାଇଛନ୍ତି। ଗାୟକ ଲେଖିଛନ୍ତି, ‘‘ବିଦାୟ ବନ୍ଧୁଗଣ। ୬ ସିଜନ୍ରେ ଯେତିକି ମଜା କରିଛି, ତା’ଠାରୁ ଅଧିକ ମନେ ପଡ଼ିବ। ଏହି ଶୋ’ ମୋତେ ମୋର ଯୋଗ୍ୟତାଠାରୁ ଅଧିକ ପ୍ରେମ ଏବଂ ସମ୍ମାନ ଦେଇଛି, ଏଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବି।’’
ସେ ଆହୁରି ଲେଖିଛନ୍ତି, ‘‘ମୁଁ ଇଣ୍ଡିଆନ୍ ଆଇଡଲ୍ କେବଳ ଏଥିପାଇଁ ଛାଡ଼ୁଛି କାରଣ ମୁଁ ଏବେ ମୋର ସମୟ ଫେରି ପାଇବାକୁ ଚାହୁଁଛି। ମୁଁ ପ୍ରତିବର୍ଷ ୬ ମାସ ପାଇଁ ମୁମ୍ବଇରେ ରହିପାରିବି ନାହିଁ। ଏବେ ସମୟ ଆସିଛି ଯେ, ମୁଁ ପୁଣି ଥରେ ମଞ୍ଚକୁ ଆସିବି, ସଙ୍ଗୀତ ପ୍ରସ୍ତୁତ କରିବି ଏବଂ ଲାଇଭ୍ କନ୍ସର୍ଟ କରିବି। ଏବେ ହୁଏତ ଆଉ କେବେ ମେକଅପ୍ ଲଗାଇବି ନାହିଁ।”
Powered by Froala Editor