Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ...

  • ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ...

  • ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ ...

  • ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ

  • ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ...

  • ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ...

  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

  • ପାକିସ୍ତାନର ଜେଲ୍‌ରେ ୨୫୦ ଭାରତୀୟ ...

  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ...

  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ...

Home ›› ››କୋଟିଏ ତିନି ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ହେବେ ସାମିଲ

କୋଟିଏ ତିନି ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ହେବେ ସାମିଲ

2025-04-06 06:55:11
14359
Share:
Facebook
Twitter
E-Mail
WhatsApp
Telegram
କୋଟିଏ ତିନି ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ହେବେ ସାମିଲ

ଭୁବନେଶ୍ୱର : ରାଜ୍ୟର କୋଟିଏ ତିନି ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ। ପରିବାର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ। ଏହି କାର୍ଡରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ଯାହା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ମୋଟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ଏହି ଯୋଜନା ଜରିଆରେ କେବଳ ପଶ୍ଚିମବଙ୍ଗକୁ ବାଦ ଦେଇ ଦେଶରେ ଅନୁବନ୍ଧିତ ହୋଇଥିବା ୨୯୦୦୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ। ଏହାସହିତ ପରବର୍ତ୍ତୀ ପର୍ଯ୍ୟାୟରେ ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ସ୍ବତନ୍ତ୍ର ଭାବେ ବୟୋ ବନ୍ଦନା ଯୋଜନାରେ ବୟୋ ବନ୍ଦନା କାର୍ଡରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।

ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆସନ୍ତା ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। କଟକ ବାଲିଯାତ୍ରା ତଳ ପଡ଼ିଆରେ ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିବେ। କାର୍ଯ୍ଯକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ। ସମସ୍ତ ହିତାଧିକାରୀଙ୍କୁ ପ୍ରାୟ ତିନିମାସ ମଧ୍ୟରେ କାର୍ଡ ବଣ୍ଟନ କରାଯିବ। ଶୁଭାରମ୍ଭ ଦିନ ୧୪୦୫ ପ୍ରାଥମିକ ଚିକିତ୍ସାଳୟରେ ଏହି କାର୍ଡ ବଣ୍ଟନ କରାଯିବ। ପ୍ରତି ଚିକିତ୍ସାଳୟ‌ରେ ୧୦୦୦ ଲୋକଙ୍କୁ ଦିଆଯିବ ଏବଂ ଆଭାସିରେ ୧୫ ଲକ୍ଷ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଯୋଜନା ହୋଇଛି। ସଚେତନତା ପାଇଁ ଶୁଭାରମ୍ଭ ଦିନଠାରୁ ୭ ଦିନ ଧରି ସ୍ବାସ୍ଥ୍ୟ ଚେତନା ରଥ ଗଡ଼ିବ। ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଗ୍ରାମରେ ଲୋକଙ୍କୁ ସଚେତନ କରାଯିବ ଏବଂ ପ୍ରଚାରପତ୍ର ବଣ୍ଟନ ମଧ୍ୟ କରାଯିବ। ଏହାସହିତ ଏହି କାର୍ଡରେ କେତେ ଟଙ୍କା ରହିଛି ଏବଂ ଚିକିତ୍ସା ବାବଦକୁ କେତେ‌ ଖର୍ଚ୍ଚ ହେଲା ସେସମ୍ପର୍କରେ ସମସ୍ତ ତଥ୍ୟ ୨୪ ଘଣ୍ଟାରେ ହିତାଧିକାରୀଙ୍କୁ ମିଳିବ। ପଞ୍ଜିକୃତ ମୋବାଇଲ ନମ୍ବରରେ ମଧ୍ୟ ମେସେଜ ଆସିବ। ଅନଲାଇନରେ ଏହାକୁ ତଦାରଖ କରାଯିବାକୁ ଯୋଜନା ରହିଛି। ଏ ଦିଗରେ ଆଶା କର୍ମୀମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ। ସହାୟତା ନିମନ୍ତେ ଅନୁବନ୍ଧିତ ପ୍ରତି ହସ୍ପିଟାଲରେ ହେଲ୍ପ ଡେକ୍ସ କାର୍ଯ୍ୟ କରିବ। ଅନ୍ୟପକ୍ଷରେ ସ୍ବତନ୍ତ୍ର ବୟୋ ବନ୍ଦନା କାର୍ଡରେ ସମସ୍ତ ସ୍ବଚ୍ଛଳ ବର୍ଗଙ୍କୁ ସୁବିଧା ମିଳିବ। ଆୟକର ଦାତା, ଅବସରପ୍ରାପ୍ତ କର୍ମଚାରୀ ଏବଂ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କୁ ମଧ୍ୟ ଚିକିତ୍ସା ସୁବିଧା ମିଳିବ। ସେହିପରି ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ଯେପର‌୍ୟ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇ ନାହିଁ ସେ ପର‌୍ୟ୍ୟନ୍ତ ପୂର୍ବଭଳି ବିଏସ୍‌କେୱାଇ ସ୍ବାସ୍ଥ୍ୟ କାର୍ଡରେ ଚିକିତ୍ସା ମିଳିବ। ୨୦୧୮ରୁ ଆୟୁଷ୍ମାନ ଭାରତ ଆରମ୍ଭ ହୋଇଥିବାବେଳେ ତତ୍କାଳନୀ ସରକାର ଏହି ଯୋଜନାକୁ ଲାଗୁ କରିନଥିଲେ। ଏହି ଯୋଜନା ଲାଗୁ କରିଥିଲେ ବର୍ଷକୁ ପ୍ରାୟ ୩୦୦୦ କୋଟି କେନ୍ଦ୍ର ସରକାରଙ୍କ ନିକଟରୁ ପାଇଥାନ୍ତେ। ଏହି ଯୋଜନାରେ ସାରା ରାଜ୍ୟର ଲୋକମାନେ ଉପକୃତ ହେବେ ଏବଂ ଉପଯୁକ୍ତ ଚିକିତ୍ସା ପାଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଇରାଶିଷ ଆଚାର୍ଯ୍ୟ ଉପସ୍ଥିତ ଥିଲେ।  ସୂଚନାଯୋଗ୍ୟ ଯେ,ବାଲିଯାତ୍ରା ତଳପଡ଼଼ିଆରେ ମଞ୍ଚ ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ ଶନିବାର ଏହି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ବିଷୟରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ,ଉପ ଜିଲାପାଳ ଦିବ୍ୟଲୋଚନ ମହାନ୍ତ,  ସିଏମସି ଆୟୁକ୍ତ ଅନାମ ପାତ୍ର ଏବଂ କଟକ ଡିସିପି ପ୍ରମୁଖ ଉପସ୍ଥିତ ଥିଲେ।

Powered by Froala Editor

Tags Ayushman card

Related articles Odisha News Lens 4.1

  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ
    ଦେଶ-ଦେଶାନ୍ତର

    ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    15033
    Jul 02, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା
    ବିଶେଷ

    ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14849
    Jul 03, 2026
  • ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ
    ଦେଶ-ଦେଶାନ୍ତର

    ଜମ୍ମୁ-କାଶ୍ମୀରରେ ବାବା ଅମରନାଥ ଯାତ୍ରା ଆରମ୍ଭ

    15936
    Jul 02, 2026
  • ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର
    ଦେଶ-ଦେଶାନ୍ତର

    ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର

    13668
    Jul 04, 2026
  • ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ, ପାଇରେସି ନୋଟିସ ଜାରି
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ, ପାଇରେସି ନୋଟିସ ଜାରି

    15562
    Jul 04, 2026
  • ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ
    ଦେଶ-ଦେଶାନ୍ତର

    ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ

    13597
    Jul 03, 2026
  • ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ଆହତ
    ଦେଶ-ଦେଶାନ୍ତର

    ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ଆହତ

    14745
    Jul 03, 2026
  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ...
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ...

    14757
    Jul 04, 2026
  • ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ହାଇ ଆଲର୍ଟ
    ଦେଶ-ଦେଶାନ୍ତର

    ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ହାଇ ଆଲର୍ଟ

    15452
    Jul 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲଘୁଚାପ କ୍ଷେତ୍ର ସୃଷ୍ଟି: ଏହି ରାଜ୍ୟକୁ ହାଇ ଆଲର୍ଟ

    15452
    Jul 03, 2026
  • ଦେଶ-ଦେଶାନ୍ତର

    ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର

    13668
    Jul 04, 2026
  • ଦେଶ-ଦେଶାନ୍ତର

    ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଓଲଟି ୬ ଆହତ

    14745
    Jul 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16963
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17574
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17626
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18023
    Sep 06, 2023

ବିଶେଷ

  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    14849
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14543
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14311
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15930
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15803
    Jun 24, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15751
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15696
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13800
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14907
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇସ୍ରୋ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍, ପୋଲିସର ବ୍ୟାପକ ତଲାସି ଅଭିଯାନ

    15033
    Jul 02, 2026
  • ୧୦ରେ ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ

    13597
    Jul 03, 2026
  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ଉଦ୍ଧବ ଠାକ୍‌ରେ

    14757
    Jul 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In