ଶିକାରୀ ଗୁଳିରେ ଶିକାରୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ହିନ୍ଦୋଳ ବ୍ଲକ ରାସୋଳ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଶିକାରୀ ଗୁଳିରେ ଅନ୍ୟ ଜଣେ ଶିକାରୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗତକାଲି ରାତିରେ ୫ ଜଣ ସାଙ୍ଗ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ। ମାନପୁର ଗାଁର ପ୍ରଶାନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଶିକାର ପାଇଁ ଗୁଳି ଚଳାଇବାବେଳେ ଅନ୍ୟ ଜଣେ ସାଙ୍ଗ ବାବୁଲା ନାୟକ ଦେହରେ ବାଜିଥିଲା। ଏବଂ ଘଟଣାସ୍ଥଳରେ ବାବୁଲାର ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାୟକକୁ ଗିରଫ କରିଥିବା ସୂଚନା ମିଳିଛି। ଅନ୍ୟ ସାଙ୍ଗ ମାନଙ୍କୁ ଡାକି ମଧ୍ୟ ପୁଲିସ୍ ଅଧିକ ପଚରାଉଚରା କରୁଛି।
Powered by Froala Editor