କୁଖ୍ୟାତ ଅପରାଧୀକୁ ପୁଲିସର ଏନକାଉଣ୍ଟର

ତାଳଚେର: ତାଳଚେରରେ ଏନକାଉଣ୍ଟର। ସ୍କଟ୍ ଲ୍ୟାଣ୍ଡପୁର ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ଏଥିରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁଶାନ୍ତଙ୍କ ବାମ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି। ଲ୍ୟାଣ୍ଡପୁର ଜଙ୍ଗଲରେ ସୁଶାନ୍ତ ଥିବା ଜାଣି ପୁଲିସ୍ ଏନକାଉଣ୍ଟର କରିଥିଲା। ପ୍ରଥମେ ସୁଶାନ୍ତ ପୁଲିସ୍ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ପରେ ପୁଲିସ୍ ର ପାଲଟା ଗୁଳି ତାର ଗୋଡରେ ବାଜିଥିଲା। ସୁଶାନ୍ତଙ୍କ ନାଁର ତାଳଚେର ସମେତ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ପୁଲିସ୍ ସୁଶାନ୍ତ ସହ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଛି।
Powered by Froala Editor