ଦ୍ୱାରକାଧୀଶଙ୍କ ଦର୍ଶନ ପାଇଁ ଚାଲି ଚାଲି ଯାଉଛନ୍ତି ଅନନ୍ତ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବର୍ତ୍ତମାନ ଦ୍ୱାରକାଧୀଶ ତୀର୍ଥଯାତ୍ରାରେ ଅଛନ୍ତି। ଅନନ୍ତ ଅମ୍ବାନୀ ଏଠାରେ ପହଞ୍ଚିବା ପାଇଁ ପାଦରେ ଚାଲି ଚାଲି ଯାଉଛନ୍ତି । ଭିଡିଓରେ ଦେଖାଯାଉଛି ଯେ କିଛି ଲୋକ ଅନନ୍ତ ଅମ୍ବାନୀଙ୍କୁ ଘେରି ରାସ୍ତାରେ ଯାଉଛନ୍ତି । ଅନନ୍ତ ଅମ୍ବାନୀ ୧୪୦ କିଲୋମିଟର ଲମ୍ବା ପଦଯାତ୍ରା ଆରମ୍ଭ କରିଛନ୍ତି। ଏପ୍ରିଲ ୯ ତାରିଖରେ ଦ୍ୱାରକାରେ ଭଗବାନ ଦ୍ୱାରକାଧୀଶଙ୍କ ଦର୍ଶନ କରି ତାଙ୍କର ଜନ୍ମଦିନ ପାଳନ କରିବେ।
ଅନନ୍ତ ଅମ୍ବାନୀ ଏବଂ ସମଗ୍ର ଅମ୍ବାନୀ ପରିବାରଙ୍କର ଭଗବାନ ଦ୍ୱାରକାଧୀଶଙ୍କ ଉପରେ ବିଶ୍ୱାସ ଅଛି ଏବଂ ସେମାନେ ସମୟ ସମୟରେ ସେଠାକୁ ଯାଆନ୍ତି। ଅନନ୍ତ ଅମ୍ବାନୀଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଅନନ୍ତ ଭକ୍ତିରେ ବୁଡ଼ି ରହିଥିବାର ଦେଖାଯାଉଛି। ଏହା ସହିତ ଅନନ୍ତ ଭିଡିଓରେ ହନୁମାନ ଚାଳିଶା ଜପ କରୁଥିବାର ମଧ୍ୟ ଦେଖାଯାଉଛି।
ଏହି ପଦଯାତ୍ରା ବିଷୟରେ ଅନନ୍ତ ଅମ୍ବାନୀ କହିଛନ୍ତି, ମୁଁ ଯୁବପିଢ଼ିଙ୍କୁ କହିବାକୁ ଚାହୁଁଛି ଯେ ଭଗବାନ ଦ୍ୱାରକାଧିଶଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ କୌଣସି କାମ କରିବା ପୂର୍ବରୁ ଭଗବାନ ଦ୍ୱାରକାଧିଶଙ୍କୁ ସ୍ମରଣ କରନ୍ତୁ, ସେହି କାମ ନିଶ୍ଚିତ ଭାବରେ କୌଣସି ବାଧା ବିନା ସମାପ୍ତ ହେବ ଏବଂ ଯେତେବେଳେ ଭଗବାନ ଉପସ୍ଥିତ ଥିବେ, ସେତେବେଳେ ଚିନ୍ତା କରିବାର କିଛି ନାହିଁ।’
Powered by Froala Editor