ବିବେକଶୂନ୍ୟ : ବିରି ଖାଇଲା ବୋଲି ଶୁଆକୁ ମାରି ଟାଙ୍ଗିଦେଲେ ଯୁବକ

ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ରିଲ୍ସ କରିଥିବା ଯୁବକଙ୍କୁ ଆଠମଲ୍ଲିକ ନାକଟି ଦେଉଳରୁ ବୁଧବାର ଗିରଫ କରାଯାଇଛି। ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍ କରାଯାଇ ଗିରଫ କରାଯାଇଥିବା ଆଠମଲ୍ଲିକ ଡିଏଫ୍ଓ ସନ୍ତୋଷ କୁମାର କପ୍ପୁଲା ସୂଚନା ଦେଇଛନ୍ତି।
ଡିଏଫ୍ଓ କହିଛନ୍ତି, ରୋଜ୍ ରିଙ୍ଗ୍ ପାରାକିଟ୍ ପ୍ରଜାତିର ଏହି ଶୁଆଟି ସେଡ୍ୟୁଲ୍-୨ ଆନିମଲ। ଅଭିଯୁକ୍ତମାନଙ୍କ ବିରୋଧରେ ୱାଇଲ୍ଡ ଲାଇଫ ଆକ୍ଟର ଧାରା ୯ ଅନୁସାରେ ମାମଲା ରୁଜୁ କରାଯାଇଛି। ଉକ୍ତ ଶୁଆଟିର ମୃତ୍ୟୁ ହୋଇଥିବା ବେଳେ ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ । ନାକଟି ଦେଉଳ ଅଞ୍ଚଳରେ ଏହି ଭିଡିଓଟି ଶୁଟିଂ କରାଯାଇଥିଲା। ଏହି ଘଟଣାରେ ଅନ୍ୟମାନେ ସାମିଲ ଥିବା ବନବିଭାଗ ଜେରାରୁ ଜଣାପଡିଛି। ଅନ୍ୟ ଜଣେ ଅଭିଯୁକ୍ତ ଶୁଆଟିକୁ ମାରିଥିବା ବାଇଗା ପ୍ରକାଶ କରିଛନ୍ତି । ସେ କେବଳ ରିଲ୍ସ କରିଛନ୍ତି ।
ବିଲରୁ ବିରି ଖାଇଥିବା କାରଣରୁ ଶୁଆକୁ ଧରି ଉଭୟ ହତ୍ୟା କରିଥିଲେ। ହତ୍ୟା କରିବାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ମଧ୍ୟ ଉଭୟ ଅପଲୋଡ୍ କରିଥିଲେ ବୋଲି ଡିଏଫ୍ଓ କପ୍ପୁଲା କହିଛନ୍ତି।
Powered by Froala Editor