ଟେଟେଲିଆରୁ ନିଶ୍ଚିନ୍ତପୁରକୁ ସଫଳତାର ସହ ଆସିଲା ପ୍ରଥମ ମାଲବାହୀ ଟ୍ରେନ୍

ଅଗରତାଲା: ଅଗରତାଲା-ଆଖୌରା ରେଳ ସଂଯୋଗ ପ୍ରକଳ୍ପ ଅଧୀନରେ ଆସାମର ଟେଟେଲିଆରୁ ପଶ୍ଚିମ ତ୍ରିପୁରାର ନିଶ୍ଚିନ୍ତପୁରକୁ ପ୍ରଥମ ମାଲବାହୀ ଟ୍ରେନ୍ ସଫଳତାର ସହ ଅଣାଯାଇଛି ବୋଲି ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (ଏନଏଫଆର)ର ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି। ଏହି ପଦକ୍ଷେପ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ମାଲ ପରିବହନକୁ ସୁବ୍ୟବସ୍ଥିତ କରିବ ବୋଲି ସେ ପ୍ରକାଶ କରିଛନ୍ତି।
“ଗୌହାଟୀ ନିକଟବର୍ତ୍ତୀ ଟେଟେଲିଆରୁ ସିମେଣ୍ଟ ଲୋଡ୍ ହୋଇଥିବା ୧୧ ୱାଗନର ଏକ ମାଲବାହୀ ଗାଡ଼ି ନିଶ୍ଚିନ୍ତପୁର ଟର୍ମିନାଲକୁ ଅଣାଯାଇଥିଲା। ଯାହା ଅଗରତାଲା-ଆଖୌରା ନୂତନ ରେଳ ସଂଯୋଗ ପ୍ରକଳ୍ପ ଅଧୀନରେ ମାଲବାହୀ କାର୍ଯ୍ୟରେ ଏକ ଐତିହାସିକ ମୁହୂର୍ତ୍ତ। ଏନଏଫଆରର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କପିଞ୍ଜଲ କିଶୋର ଶର୍ମା କହିଛନ୍ତି।
Powered by Froala Editor