ମହିଳାଙ୍କଠାରୁ ସୁନାଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
ଜୟପୁର: ପ୍ରାତଃଭ୍ରମଣରେ ଯାଇଥିବା ଜଣେ ମହିଳାଙ୍କଠାରୁ ସୁନା ଚେନ୍ ଦୁର୍ବୃତ୍ତମାନେ ଝାମ୍ପିନେଇଥିବା ସୂଚନା ମିଳିଛି। ମୁଖା ପିନ୍ଧା ଲୁଟେରା ଏକ ବାଇକ୍ରେ ଆସି ମହିଳାଙ୍କଠାରୁ ସୁନାଚେନ୍ ଝାମ୍ପିନେଇଥିଲେ। ଜୟପୁର ଟାଉନ୍ ଥାନା ୟେଲୋ ବ୍ରିଜ ନିକଟରେ ଲୁଟେରାମାନେ ମହିଳାଙ୍କଠାରୁୁ ଲୁଟ୍ କରିଥିଲେ। ସେଠାକୁ ପ୍ରାତଃଭ୍ରମଣ ପାଇଁ ଯାଇଥିବାବେଳେ ମହିଳା ଲୁଟ୍ର ଶିକାର ହୋଇଥିଲେ।
Powered by Froala Editor