ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାରେ ବଳି ପଡ଼ିଗଲେ ୩ ପିଲା

ଉତ୍ତରପ୍ରଦେଶ ଶାହାରନପୁରର ସଂଠେଡା ଗ୍ରାମରେ ଜଣେ ବ୍ୟକ୍ତି ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ନିଜ ପିଲାମାନଙ୍କୁ ହତ୍ୟା କରିଛନ୍ତି। ପ୍ରଥମେ ସେ ତାଙ୍କ ସ୍ତ୍ରୀଙ୍କ ଉପରେ ଗୁଳି ଚଳାଇବା ପରେ ପିଲାମାନଙ୍କୁ ଗୁଳି କରିଥିଲେ। ବ୍ୟକ୍ତି ଜଣକ ବିଜେପି ନେତା ଯୋଗେଶ ରୋହିଲା । ତାଙ୍କର ଏହି କାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଛି ।
ମୃତକମାନେ ହେଲେ ପୁଅ ଦେବାଂଶ ଏବଂ ଶିବାଂଶ, ଝିଅ ଶ୍ରଦ୍ଧା। ଏହି ଗୁଳିକାଣ୍ଡରେ ସମସ୍ତ ୩ ପିଲାଙ୍କ ମୃତ୍ୟୁ ଘଟିଛି। ପତ୍ନୀ ନେହା ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଯୋଗେଶ କହିଛନ୍ତି ଯେ, ନେହାଙ୍କର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିବାର ସୂଚନା ତାଙ୍କୁ ମିଳିଥିଲା। ଏହି ପ୍ରସଙ୍ଗରେ ଅନେକ ଥର ତାଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଯୁକ୍ତିତର୍କ ଏବଂ ଝଗଡ଼ା ହୋଇଥିଲା। ଶନିବାର ଦିନ ଯେତେବେଳେ ସେ ଘରେ ଥିଲେ, ତାଙ୍କ ସ୍ତ୍ରୀ ଏକ ରୋମାଣ୍ଟିକ ଗୀତ ଗାଉଥିଲେ। ସେହି ଗୀତ ଶୁଣିବା ପରେ ଯୋଗେଶ ନେହାଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଦେଲେ। ଏହାପରେ ଯୋଗେଶ ତିନି ପିଲା, ଝିଅ ଶ୍ରଦ୍ଧା, ପୁଅ ଦେବାଂଶ ଏବଂ ଶିବଂଶଙ୍କୁ ସ୍କୁଲରୁ ଆଣିଥିଲେ। ଘରକୁ ଫେରିବା ପରେ ସେ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ଯୋଗେଶଙ୍କ ତାଙ୍କ ସ୍ତ୍ରୀ ପ୍ରତି ରାଗ ଏତେ ବଢ଼ଯାଇଥିଲା ଯେ ସେ ନେହାଙ୍କ ମୁଣ୍ଡକୁ ଗୁଳି ଚଳାଇଲେ। ଏହି ଦୃଶ୍ୟ ଦେଖି ଉକ୍ତ କୋଠରୀରେ ଥିବା ପିଲାମାନେ ଚିତ୍କାର କରିବାକୁ ଲାଗିଥିଲେ। ଏହାପରେ ସେ ତାଙ୍କ ଝିଅ ଶ୍ରଦ୍ଧା, ପୁଅ ଦେବାଂଶ ଏବଂ ଶିବାଂଶଙ୍କ ଉପରେ ମଧ୍ୟ ଗୁଳି ଚଳାଇଥିଲେ। ପୋଲିସ ଯୋଗେଶଙ୍କୁ ପଚରାଉଚରା କରୁଛି। ଏହା ବ୍ୟତୀତ ଯୋଗେଶଙ୍କ ତିନି ପିଲାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଉଛି।
Powered by Froala Editor