ଡାହାଣୀ ସନ୍ଦେହ : ବୃଦ୍ଧାଙ୍କ ମୁଣ୍ଡ କାଟି ନେଇଥିଲେ, ଧରାପଡ଼ିଲେ
ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ଏହି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି କରଞ୍ଜିଆ ପୁଲିସ । ଗତ ୪ ତାରିଖ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁ ହାଟ ରାସ୍ତାରେ ବୀଭତ୍ସ ଭାବେ ଜଣେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିଲା । ପୁଲିସ ପ୍ରଥମେ ହତ୍ୟାକାରୀଙ୍କ ଟେର ପାଇନଥିବା ବେଳେ କଟାମୁଣ୍ଡକୁ ପାଇବାକୁ ୨ ଦିନ ବିତିଯାଇଥିଲା । ବୁଧବାର ୨ ହତ୍ୟାକାରୀଙ୍କୁ ଗିରଫ ପରେ ଘଟଣାର ପର୍ଦ୍ଦାଫାଶ କରିଛି କରଞ୍ଜିଆ ପୁଲିସ । ଡାହାଣୀ ସନ୍ଦେହରେ ହତ୍ୟା ହୋଇଥିବା ନେଇ ସୂଚନା ଦେଇଛନ୍ତି କରଞ୍ଜିଆ ଏସଡିପିଓ। ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି କରଞ୍ଜିଆ ଥାନା ଜାମୁନାଳିଆ ଗାଁର ମୁନା ଲୋହାର ଓ ନାଥ ଲୋହାର । ବୃଦ୍ଧା ଜଣଙ୍କ ନିଶାସକ୍ତ ଅବସ୍ଥାରେ ହାଟ ନିକଟରେ ପଡିଥିବା ବେଳେ ଟାଙ୍ଗିଆରେ ହତ୍ୟା କରିଥିଲେ ବୋଲି ଅଭିଯୁକ୍ତ ପ୍ରକାଶ କରିଛି । ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।
Powered by Froala Editor