ମହାକୁମ୍ଭ ଜରିଆରେ ରାଷ୍ଟ୍ରୀୟ ଚେତନାର ଦର୍ଶନ ହେଲା: modi

ନୂଆଦିଲ୍ଲୀ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରିଛନ୍ତି। ପ୍ରଥମେ ମହାକୁମ୍ଭର ସଫଳ ଆୟୋଜନ ପାଇଁ ଉତ୍ତର ପ୍ରଦେଶ ପ୍ରଶାସନ ଏବଂ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି ମହାକୁମ୍ଭ ଜରିଆରେ ରାଷ୍ଟ୍ରୀୟ ଚେତନାର ଦର୍ଶନ ହେଲା। ମହାକୁମ୍ଭ ରୂପରେ ପୁରା ଦୁନିଆ ଭାରତ ଦର୍ଶନ କଲା। ସବ୍ କା ପ୍ରୟାସ ର ଏହା ସାର୍ଥକ ରୂପ । ଦେଶର କୋଣ ଅନୁକୋଣରେ ଧାର୍ମିକ ଚେତନା ଜାଗ୍ରତ ହୋଇଛି। ମହାକୁମ୍ଭରୁ ଅନେକ ଅମୃତ ବାହାରିଛି, ସେଥିମଧ୍ୟରୁ ଏକତା ଅନ୍ୟତମ। ମହାକୁମ୍ଭରେ ଏକତାର ବିରାଟ ରୂପ ଦେଖିବାକୁ ମିଳିଲା। ଅହଂ ତ୍ୟାଗ କରି ମୁଁ ନୁହେଁ , ଆମେ ଭାବନାରେ ଏକାଠି ହେଲେ। ସଙ୍ଗମ ତୁଠରେ ବୁଡ ପକାଇବା ଏକ୍ ଭାରତ, ଶ୍ରେଷ୍ଠ ଭାରତର ଝଲକ୍। ଅନେକତାରେ ଏକତା ଭାରତର ବିଶେଷତ୍ଵ , ଯାହାକୁ ମୁଁ ମହାକୁମ୍ଭରେ ଅନୁଭବ କଲି। ମହାକୁମ୍ଭରୁ ପ୍ରେରଣା ନେଇ ନଦୀ ଉତ୍ସବ ପରମ୍ପରାକୁ ଆଗକୁ ନେବା। ଏହାଦ୍ଵାରା ଯୁବପିଢି ଜଳର ମହତ୍ଵ ବୁଝିବେ , ନଦୀର ରକ୍ଷା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Powered by Froala Editor