ମୋଦି ଗଢିବେ ନୂଆ ଟିମ : ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ !

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ସଂଧ୍ୟା ୬ଟାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି । ତେବେ ମୋଦିଙ୍କ ଟିମରେ ଓଡ଼ିଶାରୁ କିଏ ନୂଆ ମୁହଁ ଭାବେ ସ୍ଥାନ ପାଇବେ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ନାମକୁ ନେଇ ଚର୍ଚ୍ଚା ଜୋରବି ଧରିଥିଲା । ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ମୋଦିଙ୍କ ଟିମରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୮୧ ମନ୍ତ୍ରୀ ରହିପାରିବେ । କିନ୍ତୁ ଏବେ ମାତ୍ର ୫୩ ଜଣ ମନ୍ତ୍ରୀ ରହିଛନ୍ତି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ସୁଶୀଲ କୁମାର ମୋଦି, ନାରାୟଣ ରାଣେ, ଆରସିପି ସିଂହ, ସନ୍ତୋଷ କୁଶୱାହ, ଜାମୟଙ୍ଗ ସେରିଂ ନାମଗ୍ୟାଲ, ଲକେଟ ଚାଟାର୍ଜୀ, ଦିଲୀପ ଘୋଷ, ଜାଫେଣ ଇସଲାମ, ଅନୁପ୍ରିୟା ପଟେଲ, ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ରାମଶଙ୍କର କାଠେରିଆ, ବରୁଣ ଗାନ୍ଧୀ, ଲଲନ ସିଂହ, ରାହୁଲ କୁଶୱାହ, ସିପି ଯୋଶୀ, ସକଲଦୀପ ରାଜଭର ଓ ଅଶ୍ୱିନୀ ବୈଷ୍ଣବ ସାମିଲ ହେବେବୋଲି ଚର୍ଚ୍ଚା ହେଉଛି ।
Powered by Froala Editor