କୋରାପୁଟରେ ରାଜାମୌଲିଙ୍କ ଟିମ୍, ଏସ୍ଏସ୍ଏମ୍ବି୨୯ର ଶୁଟିଂ ଆରମ୍ଭ
ଜଣାଶୁଣା ଫିଲ୍ମ ନିର୍ମାତା ଏସ୍ଏସ୍ ରାଜାମୌଲି ନିଜର ଆଗାମୀ ଫିଲ୍ମ ଶୁଟିଂ ପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟକୁ ବାଛିଛନ୍ତି। ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଗ୍ ବଜେଟ ତେଲୁଗୁ ଫିଲ୍ମ ଏସ୍ଏସ୍ଏମ୍ବି୨୯ର ଶୁଟିଂ ଆରମ୍ଭ ହୋଇଛି। କିଛିଦିନ ପୂର୍ବରୁ ଲମତାପୁଟ, ମାଛକୁଣ୍ଡ ଓ ପୁଟସିଲରେ ଶୁଟିଂ ହୋଇଥିଲା। ବର୍ତ୍ତମାନ ତାଲାମାଲିରେ ଏହି ଫିଲ୍ମର ଶୁଟିଂ ଚାଲିଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଟଲିଉଡ୍ର ସୁପରଷ୍ଟାର ମହେଶ ବାବୁ ଓ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ରହିଛନ୍ତି।
ୟୁନିଟ୍ ବର୍ତ୍ତମାନ ଓଡ଼ିଶାର ସବୁଜ ପରିବେଶ କୋରାପୁଟରେ ଶୁଟିଂ କରୁଛି । ରାଜାମୌଲି ଏବଂ ମହେଶ ବାବୁ ଫିଲ୍ମର ଶୁଟିଂ, ଯାହା ବର୍ତ୍ତମାନ ଓଡ଼ିଶାର ଘନ ଜଙ୍ଗଲ ଅଞ୍ଚଳରେ ଚାଲିଛି।
ରାଜାମୌଲିଙ୍କ ପସନ୍ଦ ହେଉଛି ଖୁବ୍ ନିଆରା । ନିୟନ୍ତ୍ରିତ ପରିବେଶରେ ଶୁଟିଂ କରିବା ଏବଂ ମୁକ୍ତିଲାଭ ପୂର୍ବରୁ ତାଙ୍କ ଫିଲ୍ମକୁ ଅଧିକ ପ୍ରଦର୍ଶିତ ନ କରିବା। ଏହି କାରଣରୁ ତାଙ୍କର ଅଧିକାଂଶ ଫିଲ୍ମ ମୁକ୍ତିଲାଭ ପୂର୍ବରୁ ଅତ୍ୟନ୍ତ ପ୍ରଚାର, ପ୍ରସାର ଏବଂ ପ୍ରତୀକ୍ଷା ବହନ କରେ, ଯାହା ମୁଖ୍ୟତଃ ଏହି କାରଣରୁ ଲୋକମାନେ ମୁକ୍ତିଲାଭ ପୂର୍ବରୁ ସେଗୁଡ଼ିକ ବିଷୟରେ ଅଧିକ ଜାଣିପାରନ୍ତି ନାହିଁ । ଫଳରେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି ।
ମହେଶଙ୍କ ସହ ଶୁଟିଂ ଟିମ୍ର ପ୍ରାୟ ୫୦୦ଜଣ କୋରାପୁଟ ଆସିଛନ୍ତି। ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆସି ନ ଥିବା ସୂଚନା ମିଳିଛି। ନାଗା ପ୍ରଣିତ ଏହାର ପ୍ରଡକ୍ସନ ମ୍ୟାନେଜର ରହିଛନ୍ତି। ମାର୍ଚ୍ଚ ପହିଲାରୁ ୨୯ ଯାଏ କେବଳ କୋରାପୁଟ ଜିଲାରେ ଶୁଟିଂ ହେବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ରାଜାମୌଲି ବାହୁବଳି, ଆର୍ଆର୍ଆର୍ ଓ ମଗଧୀରା ଆଦି ବ୍ଲକ୍ ବଷ୍ଟର ଫିଲ୍ମ ତିଆରି କରିଛନ୍ତି।
Powered by Froala Editor