ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ଯାଜପୁର: ଯାଜପୁରରେ ବାଣ ଭିଡାବେଳେ ବିସ୍ଫୋରଣ ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୂତାବକ ଗତକାଲି ଯାଜପୁର ଟାଉନ ଥାନା ଜାଲପୁର ଗାଁରେ ଥିବା ଏକ ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଗାଁର ନିଶିକାନ୍ତ ପତି ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ କିଛି ଲୋକଙ୍କୁ ଲଗାଇ ନିଜ ଘରେ ବାଣ କାରଖାନା ଚଳାଉଥିଲେ। ହଠାତ୍ କୌଣସି କାରଣ ବଶତଃ ଗତକାଲି ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି କଟକ ବଡ ମେଡିକାଲକୁ ପଠାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି।
Powered by Froala Editor