ନବ ଦାସ ହତ୍ୟା ମାମଲା: ଦୀପାଳି ଏବଂ ବିଶାଲ ଦାସଙ୍କୁ ନୋଟିସ ଜାରି

ଭୁବନେଶ୍ବର: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ନବଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଲ ଦାସଙ୍କୁ ନୋଟିସ ଜାରି କରାଯାଇଛି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ମଧ୍ୟରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇ ନିଜ ନିଜ ପକ୍ଷ ରଖିବାକୁ ନୋଟିସରେ କୁହାଯାଇଛି। ନବଙ୍କ ହତ୍ୟାକୁ ନେଇ ଦୀପାଳି ଏବଂ ବିଶାଲଙ୍କ ମଧ୍ୟରେ ବୟାନବାଜି ଜାରି ରହିଥିବାରୁ ଏହାକୁ ନେଇ କ୍ରାଇମବ୍ରାଞ୍ଚ ସେମାନଙ୍କୁ ନୋଟିସ ଜାରି କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି। ତଦନ୍ତ ସମ୍ପନ୍ନ ହୋଇ ନ ଥିବାବେଳେ କ୍ରାଇମବ୍ରାଞ୍ଚ ଏହାର ଚୂଡ଼ାନ୍ତ ଚାର୍ଜଶିଟ୍ ମଧ୍ୟ ଦାଖଲ କରିନାହିଁ।
Powered by Froala Editor