ରସିକିଆ ଆଇଆଇସି ନିଲମ୍ବିତ
ଭୁବନେଶ୍ଵର: କୁଜଙ୍ଗ ଥାନାରେ ଚାଲିଥିଲା ଆଇଆଇସି ଓ ହୋମଗାର୍ଡଙ୍କ ପ୍ରେମଲୀଳା। ହେଲେ ଅଧିକ ଦିନ ଲୁଚି ରହିପାରିଲାନି। ୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ତପନ ନାହାକ ଜଣଙ୍କ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ତେବେ ପୀଡିତା ହୋମଗାର୍ଡ ଜଣଙ୍କ ସଦର ଥାନାରେ ଏତଲା ଦେବା ପରେ ସମ୍ପୃକ୍ତ ଆଇଆଇସି ଜଣଙ୍କ ଲୁଚି ବାହାରକୁ ପଳାଇଯାଇଥିଲେ।
ପରେ ପୁଲିସ ତାଙ୍କୁ ଧରିବା ପାଇଁ ବିଭିନ ସ୍ଥାନରେ ଚଢ଼ାଉ କରିବା ପରେ ତାଙ୍କୁ ଗତକାଲି ଖୋର୍ଦ୍ଧା ନିକଟରୁ ଧରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପଚରାଉଚୁରା କରିଥିଲା। ତେବେ ପୀଡିତା ହୋମଗାର୍ଡ ଡାକ୍ତରୀ ମଇନା ପାଇଁ ମନା କରୁଥିବାରୁ, ତଦନ୍ତ କାର୍ଯ୍ୟ ସେତେଟା ଆଗେଇ ପାରୁନଥିଲା ବୋଲି କୁହାଯାଉଥିଲା। ଅନ୍ୟପକ୍ଷରେ ଏହି ଘଟଣା ପୁଲିସ ମହକୁମାରେ ଘଟିଥିବାରୁ ବୁଝାମଣା ଜରିଆରେ ସମାଧାନ ପାଇଁ କଲି ରାତି ତମାମ ଉଦ୍ୟମ ଚାଲିଥିଲା। କିନ୍ତୁ ଆପୋଷ ବୁଝାମଣା ନ ହୋଇପାରିବାରୁ ଆଜି କୁଜଙ୍ଗର ପୂର୍ବତନ ଆଇଆଇସିଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସରକାରୀ ପାଦ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।
ପୁଲିସ ଡିଜି ତାଙ୍କୁ ନିଲମ୍ବିତ କରିଥିବା ବେଳେ ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୂର୍ବରୁ ତପନ ଯେଉଁ ସବୁ ଥାନାରେ କାର୍ଯ୍ୟ କରିଛନ୍ତି, ସେଠାରେ ମଧ୍ୟ ଅନୈତିକ କାର୍ଯ୍ୟ ପାଇଁ ବିବାଦରେ ରହିଥିଲେ।
Powered by Froala Editor