ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍

୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ଗତ ୧୨ ତାରିଖରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ତାଙ୍କର ମାନସିକ ସ୍ଥିତି ନେଇ ତିହାର କେନ୍ଦ୍ରୀୟ ଜେଲ୍ ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଥିଲା । ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି ।
୧୯୮୪ ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ସରସ୍ୱତୀ ବିହାର ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ନଭେମ୍ବର ୧ ତାରିଖ ୧୯୮୪ ମସିହାରେ ପଶ୍ଚିମ ଦିଲ୍ଲୀର ରାଜନଗର ଅଞ୍ଚଳରେ ପିତା-ପୁତ୍ର ଯୋଡି, ସର୍ଦ୍ଦାର ଜସୱନ୍ତ ସିଂହ ଏବଂ ସର୍ଦ୍ଦାର ତରୁଣଦୀପ ସିଂହଙ୍କୁ ହତ୍ୟା କରାଯାଇଥିଲା । ଅପରାହ୍ନ ପ୍ରାୟ ୪ଟାରୁ ୪ଟା ୩୦ ମଧ୍ୟରେ, ଦଙ୍ଗାକାରୀଙ୍କ ଏକ ଦଳ ଲୁହା ରଡ୍ ଏବଂ ବାଡ଼ି ସାହାଯ୍ୟରେ ପୀଡିତଙ୍କ ଘର ଉପରେ ଆକ୍ରମଣ କରିଥିଲେ । ସଜ୍ଜନ କୁମାରଙ୍କ ନିର୍ଦ୍ଦେଶରେ ଏକ ହିଂସାତ୍ମକ ଭିଡ଼ ଶିଖ୍ ସମୁଦାୟ ବିରୋଧରେ ହିଂସା, ଲୁଟପାଟ୍, ଭଙ୍ଗାରୁଜା ସହ ଏହି ଶିଖ୍ ବାପ-ପୁଅଙ୍କୁ ହତ୍ୟା କରିଥିଲେ ।
ଅଭିଯୋଗକାରୀଙ୍କ ଅନୁଯାୟୀ, ଏହି ଭିଡ଼ର ନେତୃତ୍ୱ ନେଇଥିଲେ ତତ୍କାଳୀନ କଂଗ୍ରେସ ସାଂସଦ ସଜ୍ଜନ କୁମାର, ଯିଏ ସେତେବେଳେ ବାହାରୀ ଦିଲ୍ଲୀ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ । ମୃତ ଯଶୱନ୍ତ ସିଂହଙ୍କ ପତ୍ନୀ ସଜ୍ଜନ କୁମାରଙ୍କୁ ଫାଶୀ ଦଣ୍ଡ ଦାବି କରିଥିଲେ ।
Powered by Froala Editor