ପାକିସ୍ତାନରେ ବିରାଟଙ୍କ ଲୋକପ୍ରିୟତା, ଶତକରେ ଖୁସିରେ ଝୁମି ଉଠିଲେ ପ୍ରଶଂସକ

ନୂଆଦିଲ୍ଲୀ : ଦୁବାଇରେ ପାକିସ୍ତାନ ସହ ଟିମ୍ ଇଣ୍ଡିଆର ହୋଇଥିବା ମ୍ୟାଚ୍ରେ ଭାରତର ଦମ୍ଦାର୍ ବିଜୟ ଦେଖିବାକୁ ମିଳିଛି। ମ୍ୟାଚ୍ରେ ବିରାଟଙ୍କ ବ୍ୟାଟିଂରେ ସଭିଏଁ ଝୁମି ଉଠିଛନ୍ତି। ଚମ୍ପିଆନ ଟ୍ରଫି ୨୦୨୫ରେ ଟିମ୍ ଇଣ୍ଡିଆର ପାକିସ୍ତାନ ସହ ମ୍ୟାଚ୍ରେ ବିରାଟ୍ କୋହଲି ଶତକ ରନ୍ ହାସଲ କରି କୋଟି କୋଟି ଦର୍ଶକଙ୍କ ମନରେ ରାଜ୍ କରିଛନ୍ତି। ଦିନିକିଆ ମ୍ୟାଚ୍ରେ କୋହଲିଙ୍କ ଏହା ୫୧ ତମ ଶତକ। କୋହଲି ଚଉକା ମାରି ନିଜର ଶତକ ପୂରଣ କରିବା ସହ ଟିମ୍ ଦମ୍ଦାର୍ ବିଜୟ ହାସଲ କରିଥିଲା। ଏହି ମୁକାବିଲାରେ କୋହଲି ୧୪ ହଜାର ରନ୍ ସଂଗ୍ରହ କରି ରେକର୍ଡ କରିଛନ୍ତି।
ବିରାଟଙ୍କ ଲୋକପ୍ରିୟତା ଖାଲି ଦେଶରେ ନୁହେଁ ବରଂ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି । ପାକିସ୍ତାନରେ କ୍ରିକେଟ ପ୍ରଶଂସକମାନେ ବିରାଟଙ୍କ ଶତକରେ ଖୁସିରେ ଝୁମି ଉଠିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଇସଲାମାବାଦରେ ମ୍ୟାଚ୍ର ଏକ ବିଶେଷ ସ୍କ୍ରିନିଙ୍ଗ୍ କରାଯାଇଥିଲା । ସେଥିରେ ଅନେକ ପାକିସ୍ତାନୀ ପ୍ରଶଂସକ କୋହଲିଙ୍କ ଶତକ ପୂରା କରିବା ମାତ୍ରେ ଉତ୍ସବ ପାଳନ କରିଥିବା ଦେଖାଯାଇଛି । ଏମାନଙ୍କ ମଧ୍ୟରେ ଯୁବତୀ ମଧ୍ୟ ସାମିଲ ରହିଛନ୍ତି। ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।
Powered by Froala Editor