ପିଶାଚ ପ୍ରେମିକର ବର୍ବରକାଣ୍ଡ, ପ୍ରେମିକାର ବେକ କାଟି କଲା ହତ୍ୟା
ସୋର: ଏକତରଫା ପ୍ରେମରେ ବିଫଳ ପିଶାଚ ପ୍ରେମିକର ବର୍ବରକାଣ୍ଡ। ବାଲେଶ୍ଵର ଜିଲ୍ଲା ସୋର ଥାନା ଲିଙ୍ଗାପଡା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଯୁବତୀଙ୍କ ବେକ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି କାଣ୍ଡ ଘଟାଇଛି। ଯୁବତୀ ଜଣକ ଅଭିଯୁକ୍ତ ନାଁରେ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ। ହତ୍ୟାକାଣ୍ଡ ଘଟାଇ ଯୁବକ ଜଣକ ଫେରାର୍ ହୋଇଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor