ଚାଲାଣ ବେଳେ କଇଁଛ ବୋଝେଇ ଟ୍ରକ ଜବତ
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ ଏକ କଇଁଛ ବୋଝେଇ ଟ୍ରକ ଜବତ ହୋଇଛି। ଗୋଡ଼ିପଡ଼ା ଟୋଲଗେଟ୍ ନିକଟରୁ ଏହି ଟ୍ରକ ଜବତ କରାଯାଇଛି। କଲକାତାରୁ ଆନ୍ଧ୍ରପ୍ରଦେଶକୁ କଇଁଛ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଆୟକର ବିଭାଗ ଏବଂ ବନ ବିଭାଗକୁ ଖବର ମିଳିବା ପରେ ଉଭୟ ବିଭାଗର ଏକ ମିଳିତ ଟିମ ଟୋଲଗେଟ ନିକଟରେ ଗାଡ଼ିମୋଟର ଯାଞ୍ଚ କରିଥିଲା। ଏହି ସମୟରେ ଏକ ଟ୍ରକରୁ ବହୁ ସଂଖ୍ୟକ କଇଁଛ ଜବତ କରାଯାଇଥିଲା। କଇଁଛ ସହିତ ଗାଡ଼ିକୁ ଜବତ କରି ଘଟଣା ତଦନ୍ତ କରାଯାଉଛି।
Powered by Froala Editor