୧୯ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା, ୨୦ରେ ଶପଥ ଗ୍ରହଣ

ଫେବ୍ରୁଆରି ୨୦ ତାରିଖ ଅପରାହ୍ନ ୪ଟା ୩୦ ରେ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଫେବ୍ରୁଆରି ୧୯ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବାର ସମ୍ଭାବନା ରହିଛି। ୧୯ରେ ନାମ ଘୋଷଣା ହୋଇ ୨୦ ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ମଧ୍ୟ ସୂଚନା ମିଳିଛି। କୁହାଯାଉଛି ଯେ ଶପଥ ଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ହେବ।
ସୂତ୍ର ଅନୁସାରେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ୪୮ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୧୫ ଜଣଙ୍କ ନାମ ସଂକ୍ଷିପ୍ତ ତାଲିକାରେ ରଖାଯାଇଛି। ରାଜ୍ୟ କ୍ୟାବିନେଟ ଏବଂ ଗୁରୁତ୍ୱପୂର୍ଣ୍ଣ ବାଚସ୍ପତି ପଦ ପାଇଁ ୯ ଜଣଙ୍କୁ ଚୟନ କରାଯିବ।
ସୂଚନା ମୁତାବକ, ଶପଥ ଗ୍ରହଣ ଉତ୍ସବରେ ୩ଟି ମଞ୍ଚ ତିଆରି କରାଯିବ। ମଞ୍ଚରେ ବସିବା ପାଇଁ ପ୍ରାୟ ୧୦୦ ରୁ ୧୫୦ ଚେୟାର ରଖାଯିବ। ସାଧାରଣ ଲୋକଙ୍କ ବସିବା ପାଇଁ ପ୍ରାୟ ୩୦ହଜାର ଚେୟାର ଲଗାଯିବ।
Powered by Froala Editor