କେନ୍ଦୁଝର ବିଶ୍ୱନାଥ ଶ୍ରେଷ୍ଠ ମତ୍ସ୍ୟ ଚାଷୀ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶରେ ଜଣେ ସଫଳ ମତ୍ସ୍ୟ ଚାଷୀ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି କେନ୍ଦୁଝର ଘଷିପୁରା ବ୍ଲକ ଶୈଲଙ୍ଗ ଗ୍ରାମର ବିଶ୍ୱନାଥ ସାହୁ । ସେ ଜିଲ୍ଲାର ଶ୍ରେଷ୍ଠ ମତ୍ସ୍ୟ ଚାଷୀ ଭାବେ ଏଠାରେ ସମ୍ବର୍ଦ୍ଧତ ହୋଇଛନ୍ତି । ଏହି ସମାବେଶରେ ରାଜ୍ୟର କୋଣ ଅନୁକୋଣରୁ ଅନେକ ଅଗ୍ରଣୀ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ଚାଷି ଯୋଗଦେଇ ପ୍ରଦର୍ଶନୀ ବୁଲି ଦେଖିବା ସହ ଅଧିକାରୀଙ୍କ ଠାରୁ ଉନ୍ନତ ଚାଷ ପ୍ରଣାଳୀ ସମ୍ବନ୍ଧରେ ତଥ୍ୟ ହାସଲ କରିଛନ୍ତି ।
ବିଶ୍ୱନାଥ ୮ଟି ପୋଖରୀରେ ବର୍ଷକୁ ୫୦ କୁଇଣ୍ଟାଲରୁ ଅଧିକ ମାଛ ଯାଆଁଳ ସହ ୨୫ ରୁ ୩୦ କୁଇଣ୍ଟାଲ ମାଛ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ୭ରୁ ୮ଜଣ ଲୋକଙ୍କୁ ଏହି କାର୍ଯ୍ୟରେ ନିୟାଜିତ କରି ରୋଜଗାରକ୍ଷମ କରାଇ ପାରିଛନ୍ତି । ବିଶ୍ୱନାଥଙ୍କ ସଫଳତା ପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦେବବ୍ରତ ସାମଲ ଏବଂ ଘସିପୁରା ସହକାରୀ ମତ୍ସ୍ୟ ଅଧିକାରୀ ପାବନୀ ଆଚାର୍ଯ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
Powered by Froala Editor