ମ୍ୟାଚ ବେଳେ ଫ୍ଲଡ ଲାଇଟ ବନ୍ଦ ଘଟଣା: ଓସିଏକୁ ସୋ’ କୋଜ ନୋଟିସ ଜାରି

ଭୁବନେଶ୍ୱର: ବାରବାଟୀରେ ଭାରତ ଓ ଇଂଲଣ୍ଡ ଭିତରେ ଗତକାଲି ଦିନିକିଆ ମ୍ୟାଚ ବେଳେ ଫ୍ଲଡ ଲାଇଟ ବନ୍ଦ ଘଟଣାକୁ ନେଇ ଓସିଏକୁ ସୋ’ କୋଜ ନୋଟିସ ଜାରି କରାଯାଇଛି । କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସୋମବାର ଏହି ନୋଟିସ ଜାରି କରାଯାଇଛି । କାହିଁକି ମ୍ୟାଚବେଳେ ଲାଇଟ ବନ୍ଦ ହେଲା ତାହାର ଉତ୍ତର ଦେବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ଘଟଣା ପାଇଁ କିଏ ଦାୟୀ ତାହାର ଉତ୍ତର ଆସନ୍ତା ୧୦ ଦିନ ଭିତରେ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଗତକାଲି ଫ୍ଲଡ ଲାଇଟ ବନ୍ଦ ହୋଇଯିବା ଯୋଗୁ ପାଖାପାଖି ୩୦ ମିନିଟ ଖେଳ ବନ୍ଦ ରହିଥିଲା ।
Powered by Froala Editor