Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, October 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମେରିକାରେ କାମ କରୁଥିବା ବିଦେଶୀ ...

  • ଆମେରିକା ଭୋଟର ତାଲିକାରୁ ୨ ଲକ୍ଷ ଭାରତୀୟ ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ...

  • ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ...

  • ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ...

  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ...

  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ ...

  • ପୁଣି ଥରେ ଭାରତକୁ ନିଶାଣ କରି କଠୋର ...

  • ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ...

ରାଜ୍ୟ
Home ›› ରାଜ୍ୟ ››ଲିମ୍ଫାଟିକ ଫାଇଲେରିଆସିସ୍ ଦୂରୀକରଣ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଓଡ଼ିଶା । ଫେବୃଆରୀ ୨୦୨୫

ଲିମ୍ଫାଟିକ ଫାଇଲେରିଆସିସ୍ ଦୂରୀକରଣ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଓଡ଼ିଶା । ଫେବୃଆରୀ ୨୦୨୫

2025-02-07 14:38:08
14879
Share:
Facebook
Twitter
E-Mail
WhatsApp
Telegram
ଲିମ୍ଫାଟିକ ଫାଇଲେରିଆସିସ୍ ଦୂରୀକରଣ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ  ଓଡ଼ିଶା । ଫେବୃଆରୀ ୨୦୨୫

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ରାଜ୍ୟର ୬ ଟି ଫାଇଲେରିଆପ୍ରବଣ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆସିସ୍ (ଏଲଏଫ) ଦୂରୀକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ୨୦୨୫  ଫେବୃଆରୀ ୧୦ ତାରିଖରୁ ଆୟୋଜନ କରାଯିବ । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିସ ସହିତ ମିଶି ଏକ ରାଜ୍ୟସ୍ତରୀୟ ଗଣମାଧ୍ୟମ ସଚେତନତା କର୍ମଶାଳା ଭୁବନେଶ୍ୱର ଠାରେ ୨୦୨୫  ଫେବୃଆରୀ ୬  ତାରିଖରେ ଆୟୋଜନ କରାଯାଇଥିଲା । ରୋଗର ଭୟାବହତା ଏବଂ ପ୍ରଭାବ ସମ୍ପର୍କରେ ଜନସାଧାରଣ ଯେଭଳି ସଠିକ ସୂଚନା ସୁନିଶ୍ଚିତ ଭାବରେ ପାଇବେ, ସେଥିପାଇଁ ଏହି କର୍ମଶାଳା ଆୟୋଜିତ ହୋଇଥିଲା ।


କର୍ମଶାଳା ଅବସରରେ ଡା. ଜିତେନ୍ଦ୍ର କୁମାର ବେବର୍ତ୍ତା , ସ୍ୱତନ୍ତ୍ର ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର କହିଥିଲେ, “ଏମଡିଏ ପର୍ଯ୍ୟାୟରେ ଉପରୋକ୍ତ ଛଅ ଟି ଜିଲ୍ଲାରେ ଯୋଗ୍ୟ ହିତାଧିକାରୀମାନେ ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ନିଶ୍ଚିତ ଖାଇବେ ସେଥିପାଇଁ ପଦକ୍ଷେପ ନିଆଯିବ । ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବରେ ଖାଇବେ ।” ସେ ଆହୁରି ମଧ୍ୟ କହିଥିଲେ ଯେ, “ଏହି କାର୍ଯ୍ୟକ୍ରମ ଅଧୀନରେ ଜନସାଧାରଣଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଫାଇଲେରିଆ ଦୂରୀକରଣ ଦିଗରେ ପ୍ରତିବଦ୍ଧତା ସହିତ ଜନ-ପ୍ରତିନିଧି, ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଫାଇଲେରିଆସିସ୍ ଦୂରୀକରଣ କାର୍ଯ୍ୟକ୍ରମକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।” ଜନସାଧାରଣ ଓ ଗଣମାଧ୍ୟମର ସମର୍ଥନ ବଳରେ ହିଁ ଆମେ ଫାଇଲେରିଆକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବାରେ ସମର୍ଥ ହୋଇପାରିବା । ବହୁସଂଖ୍ୟାରେ ହିତାଧିକାରୀ ଫାଇଲେରିଆ ନିରୋଧୀ ଔଷଧ ସେବନ କଲେ, ଫାଇଲେରିଆ ସଂକ୍ରମଣ ଶୃଙ୍ଖଳାକୁ ଛିନ୍ନ କରାଯାଇପାରିବ ଏବଂ ଏହି ରୋଗକୁ ନିୟନ୍ତ୍ରଣକୁ ଅଣାଯାଇପାରିବ ।”


ଡା.ନୀଳକଣ୍ଠ ମିଶ୍ର, ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର କହିଥିଲେ ଯେ, “ଫାଇଲେରିଆ ଏକ ସାଂଘାତିକ ଜନସ୍ୱାସ୍ଥ୍ୟ ସମସ୍ୟା, ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଶାରୀରିକ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବାବେଳେ ପ୍ରାପ୍ତ ବୟସ୍କ ଅବସ୍ଥାରେ ଏହାର ଲକ୍ଷଣ ପ୍ରକାଶପାଏ । ଏହି ସଂକ୍ରମଣ ଶରୀରର ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ଚିକିତ୍ସା କରାନଗଲେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟିକରେ, ଯାହା ଆରୋଗ୍ୟସାଧ୍ୟ ନୁହେଁ । ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ କାଇଲୁରିଆ (ଇଷତ ଧଳା ରଙ୍ଗର ପରିସ୍ରା) ଭଳି ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ଲକ୍ଷଣ ଏଲ୍‌ଏଫ୍‌ରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସେମାନଙ୍କ ପାଖରେଥିବା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ଏବଂ ସେମାନେ ଅନେକ ସମୟରେ ସାମାଜିକ ଲାଂଛନାର ଶିକାର ହୋଇଥାନ୍ତି । ଫାଇଲେରିଆସିସ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ (ଡିଇସି, ଆଲବେଣ୍ଡାଜୋଲ, ଆଇଭରମେକଟିନ) ସେବନ ଦ୍ୱାରା ରୋକାଯାଇପାରିବ ।”
ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଡା. ମିଶ୍ର କହିଲେ ଯେ, ଏହି ଔଷଧ ପୂର୍ବରୁ ବ୍ୟବହାର ହେଉଥିବା ଔଷଧଗୁଡିକ ମଧ୍ୟରେ ଅର୍ନ୍ତଭୁକ୍ତ ଓ ଏହାର ସେପରି ଗୁରୁତର ପ୍ରତିକ୍ରିୟା ନାହିଁ । ଯେଉଁ ସବୁ ଛୋଟଛୋଟ ପ୍ରତିକ୍ରିୟା ହୋଇପାରେ ତାହା ପ୍ରାୟତଃ କିଛି ଚିକିତ୍ସା ଆବଶ୍ୟକ କରେନାହିଁ, ତେଣୁ ଜନସାଧାରଣ ମନରୁ ସନ୍ଦେହ ଦୂରକରି ଏହି ଔଷଧ ସେବନ କରିବା ଉଚିତ୍ । ଏହା ଏକ ଔଷଧ ସେବନର ଶୁଭ ସଙ୍କେତ । ଜିଲ୍ଲା ତଥା ବ୍ଲକ ସ୍ତରରେ ଏହିଭଳି କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ନିମନ୍ତେ ଆରଆରଟି ଦଳ ଗଠନ କରାଯାଇଛି । ସେ ମଧ୍ୟ କହିଥିଲେ ଯେ, ‘ଆଲବେଣ୍ଡାଜୋଲ’କୁ ଚୋବେଇ ଖାଇବା ଉଚିତ୍, ଡିଇସି ଏବଂ କୁ ଆଇଭରମେକଟିନ ସମ୍ପୂର୍ଣ୍ଣ ଭାବରେ ଗିଳିବାକୁ ହେବ । ଏହି ଔଷଧଗୁଡିକ ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ । ଏହା କୌଣସି ନୂଆ ଔଷଧ ନୁହେଁ ଓ ସାଧାରଣ ଭାବରେ ବ୍ୟବହୃତ ।


ଲିମ୍ଫାଟିକ ଫାଇଲେରିଆସିସ୍ ଦୂରୀକରଣ ନିମନ୍ତେ ଭାରତର ଜାତୀୟ କାର୍ଯ୍ୟକ୍ରମ ସମ୍ପ୍ରତି ପାଂଚସୂତ୍ରୀ ରଣକୌଶଳକୁ ନେଇ କାର୍ଯ୍ୟକାରୀ କରାଯାଉଛି:
୧. ସାମୂହିକ ଔଷଧ ସେବନ (ଏମଡିଏ): ରୋଗପ୍ରବଣ ଅଞ୍ଚଳରେ ଫାଇଲେରିଆସିସ୍ ବ୍ୟାପିବା ରୋକିବା ସକାଶେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବା ଅତ୍ୟନ୍ତ ଜରୁରୀ ।
୨. ଗୋଡର ଗୋଡର ଯତ୍ନ ଏବଂ ହାଇଡ୍ରୋସିଲ ଅସ୍ତ୍ରୋପଚାର ।
୩. ଭେକ୍ଟର (ମଶା ) ନିୟନ୍ତ୍ରଣ
୪. ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ, ପଂଚାୟତି ରାଜ ମନ୍ତ୍ରଣାଳୟ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ସହରାଂଚଳ ଓ ଗ୍ରାମାଂଚଳ ବିକାଶ ମନ୍ତ୍ରଣାଳୟ ଆଦି ସମ୍ବନ୍ଧିତ ମନ୍ତ୍ରଣାଳୟ ର ସମ୍ମିଳିତ ପ୍ରୟାସ
୫. ଡିଜିଟାଲ ପ୍ଳାଟଫର୍ମଗୁଡିକର ସମନ୍ୱିତ ପ୍ରୟାସ ଦ୍ବାରା ଜନ ସଚେତନତା


ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅତିରିକ୍ତ ନିର୍ଦ୍ଦେଶକ ତଥା ଷ୍ଟେଟ ପ୍ରୋଗ୍ରାମ ଅଫିସର ଡା.ପ୍ରଭାକର ସାହୁ କହିଥିଲେ, “୨୦୨୭ ସୁଦ୍ଧା ଫାଇଲେରିଆସିସ୍‌ର ଦୂରୀକରଣ ନିମନ୍ତେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ପ୍ରୟାସ ସମୂହର କାର୍ଯ୍ୟକାରିତା ଜାରି ରଖିବାର ଗୁରୁତ୍ୱକୁ ଉପଲବ୍ଧି କରି ଓଡ଼ିଶା ସରକାର ବଲାଙ୍ଗୀର, କଟକ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ରାୟଗଡା ର ୬ ଟି ଫାଇଲେରିଆପ୍ରବଣ ଜିଲ୍ଲାର ୪୭ ବ୍ଲକ ରେ ଏମଡିଏ କାର୍ଯ୍ୟକ୍ରମ ହେବ ।


ଡା.ସୁଚିତ୍ରା ସାସମଲ, ସିନିୟର ରିଜିଓନାଲ ଡାଇରେକ୍ଟର, ଓଡ଼ିଶା କହିଥିଲେ, “ଏହା ଏକ ଦୂରୀକରଣଯୋଗ୍ୟ ରୋଗ କିନ୍ତୁ ଆରୋଗ୍ୟସାଧ୍ୟ ରୋଗ ନୁହେଁ । ଓଡ଼ିଶାର ଉପରୋକ୍ତ 6ଟି ଜିଲ୍ଲାରେ ଫେବ୍ରୁୟାରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ହେଉଥିବାବେଳେ ରାଜ୍ୟକୁ ଫାଇଲେରିଆ ମୁକ୍ତ ଓଡ଼ିଶା କରିବା ଲକ୍ଷ୍ୟ ହାସଲ ନିମନ୍ତେ ଆମେ ବିପୁଳ ସଫଳତା କାମନା କରୁଛୁ ।”


ଡା.ଅମରେନ୍ଦ୍ରନାଥ ମହାନ୍ତି, ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା କହିଥିଲେ, “ସାମ୍ପ୍ରତିକ ସମୟରେ ଜନସାଧାରଣଙ୍କ ସହଯୋଗ ଦ୍ବାରା ଓଡ଼ିଶା ରାଜ୍ୟ ଫାଇଲେରିଆମୁକ୍ତ ହୋଇପାରିବ ଏବଂ ଆମମାନଙ୍କର ସାମୂହିକ ପ୍ରୟାସ ବଳରେ ଏହା ହାସଲ କରାଯାଇପାରିବ ।” ସେ ମଧ୍ୟ ଗଣମାଧ୍ୟମକୁ ପ୍ରମାଣ ଆଧାରିତ ତଥ୍ୟ ପ୍ରସାରଣ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ଏବଂ ରୋଗ ଦୂରୀକରଣ ଲକ୍ଷ୍ୟ ହାସଲ ଦିଗରେ ଜନସାଧାରଣଙ୍କୁ ପ୍ରବର୍ତ୍ତାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।


ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଅଭିଯାନ ପର୍ଯ୍ୟାୟରେ ୬ ଟି ଜିଲ୍ଲାରେ ୩୮,0 ୬,0୪୮ଜଣ ହିତାଧିକାରୀଙ୍କୁ ଔଷଧ ଖୁଆଇବା ସୁନିଶ୍ଚିତ କରିବା ପାଇଁ ୧ ୫,୦୩୧ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଘରକୁ ଘର ଗସ୍ତ କରିବେ । କାର୍ଯ୍ୟକ୍ରମ ତଦାରଖ କରିବା ନିମନ୍ତେ ୧୫୦୩ ଜଣ ସୁପରଭାଇଜରମାନଙ୍କୁ ନିୟୋଜିତ କରାଯାଉଛି ।
ଶେଷରେ ଶ୍ରୀ ଅନୁଜ ଘୋଷ, ସିନିୟର ଡାଇରେକ୍ଟର, ଗ୍ଲୋବାଲ ହେଲଥ ଷ୍ଟ୍ରାଟେଜିସ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କର ମିଳିତ ପ୍ରୟାସରେ ଆମେ ରାଜ୍ୟରେ ଲିମ୍ଫାଟିକ ଫାଇଲେରିଆସିସ୍ ଭଳି ସାଂଘାତିକ ରୋଗକୁ ଦୂର କରିପାରିବା ବୋଲି ଆଶାବ୍ୟକ୍ତ କରିଥିଲେ ।


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଏବଂ ପିସିଆଇର ରାଜ୍ୟ ପ୍ରତିନିଧି ମଧ୍ୟ ଏହି ଗଣମାଧ୍ୟମ କର୍ମଶାଳାରେ ଉପସ୍ଥିତ ଥିଲେ ।

Powered by Froala Editor

Tags filaria

Related articles Odisha News Lens 4.1

  • ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'
    ଦେଶ-ଦେଶାନ୍ତର

    ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'

    15229
    Oct 10, 2026
  • ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ
    ଦେଶ-ଦେଶାନ୍ତର

    ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ

    15681
    Oct 10, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ...

    14765
    Oct 09, 2026
  • ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର
    ଦେଶ-ଦେଶାନ୍ତର

    ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର

    14103
    Oct 09, 2026
  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ

    14415
    Oct 10, 2026
  • କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ...
    ଦେଶ-ଦେଶାନ୍ତର

    କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ପ୍ରଦାନ କରାଯିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ...

    15858
    Oct 09, 2026
  • ଆମେରିକା ଭୋଟର ତାଲିକାରୁ ୨ ଲକ୍ଷ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କ ନାମ କାଟ୍
    ଦେଶ-ଦେଶାନ୍ତର

    ଆମେରିକା ଭୋଟର ତାଲିକାରୁ ୨ ଲକ୍ଷ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କ ନାମ କାଟ୍

    13437
    Oct 10, 2026
  • ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ

    14185
    Oct 09, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ...
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ...

    15451
    Oct 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ଅଟକ

    15451
    Oct 10, 2026
  • ଦେଶ-ଦେଶାନ୍ତର

    ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ କରାଯିବ ବିଚାର

    14103
    Oct 09, 2026
  • ଦେଶ-ଦେଶାନ୍ତର

    ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଲେ ଟ୍ରମ୍ପ

    14185
    Oct 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17169
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17860
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17816
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18233
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14480
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14586
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15593
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14266
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16004
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15718
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15005
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15547
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14023
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ଅଟକ

    15451
    Oct 10, 2026
  • ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'

    15229
    Oct 10, 2026
  • ମୃତ୍ୟୁଦଣ୍ଡ କୋହଳ ହେବାରୁ ବଢ଼ୁଛି କି ଅପରାଧ : ସୁପ୍ରିମକୋର୍ଟ

    14415
    Oct 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In