ବିବାହ ମଣ୍ଡପରୁ ଚୋରି ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବିବାହ ମଣ୍ଡପରୁ ଚୋରି, ଅଭିଯୁକ୍ତ ଗିରଫ। ରାଜଧାନୀର ଏକ ଷ୍ଟାର୍ ହୋଟେଲରେ ଏକ କର୍ପୋରେଟ୍ ସଂସ୍ଥାର ଅବସରପ୍ରାପ୍ତ ଏଚଆର୍ ସରୋଜ କୁମାର ମିଶ୍ରଙ୍କ ଝିଅ ସଂଜନିକା ମିଶ୍ରଙ୍କ ସହ ଝାଡଖଣ୍ଡ ଚକ୍ରଧରପୁରର ଡାକ୍ତର ଅଭିଷେକ ଷଡଙ୍ଗୀଙ୍କ ସହ ବିବାହ ଉତ୍ସବ ଚାଲିଥିଲା। ଏତିକିବେଳେ ଦୁଇ ଜଣ ଚୋର ଅତିଥି ବେଶରେ ଆସି ଡାକ୍ତର ଦମ୍ପତ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି। ସିସି ଟିଭିରେ ଚୋରି ବେଳର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଥିଲା। ତେବେ ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ବଳିଆପଣ୍ଡା ଥାନା ପୁଲିସ ପୁରୀରୁ ଏହି ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜ୍ୟର ହୋଇଥିବା ସୂଚନା ମିଳିଛି।
Powered by Froala Editor