Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁନାକୁ ନେଇ ମୋଦୀ କହିଲେ ଏମିତି କଥା, ...

  • ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ...

  • ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

  • ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

  • ଭାରତ ଗସ୍ତରେ ଆସିବେ ନେପାଳ ...

  • ଜରୁରୀ ନଥିଲେ ସୁନା ନ କିଣିବାକୁ ...

  • ମହିଳାଙ୍କୁ ଦୁଷ୍କର୍ମ ପରେ ଛାତିକୁ ଗୋଇଠା ...

  • ଫିଲିପାଇନ୍ସରେ ଯାତ୍ରୀଙ୍କୁ ନେଇ ଯାଉଥିବା ...

  • ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ...

  • ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ...

ରାଜ୍ୟ
Home ›› ରାଜ୍ୟ ››ଅତିଥି ବେଶରେ ଆସିଲେ ଚୋର, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଗହଣା

ଅତିଥି ବେଶରେ ଆସିଲେ ଚୋର, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଗହଣା

2025-02-03 10:00:02
14210
Share:
Facebook
Twitter
E-Mail
WhatsApp
Telegram
ଅତିଥି ବେଶରେ ଆସିଲେ ଚୋର, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଗହଣା

ଭୁବନେଶ୍ଵର: ଅତିଥି ବେଶରେ ଦୁଇ ଚୋର ଏକ ବଡ଼ ଜାଗାରୁ ଲୁଟ୍‌ କରି ଚମ୍ପଟ ମାରିଛନ୍ତି । ରାଜଧାନୀର ଏକ ଷ୍ଟାର୍‌ ହୋଟେଲ୍‌ର ବିବାହମଣ୍ଡପରୁ ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ଲକ୍ଷାଧିକ ଟଙ୍କା ଓ ବହୁ ଗହଣା ଲୁଟି ନେଇଛନ୍ତି । ଏପରିକି ବାହାଘର ପରେ ଦେଣନେଣ ପାଇଁ ଥିବା ୨ ଲକ୍ଷ ଟଙ୍କା ଓ କନ୍ୟାର୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ଲୁଟି ଦୁଇ ଚୋର ପାର୍ ହୋଇଯାଇଛନ୍ତି। ସିସିଟିଭିରେ ଏହି ଦୁଇ ଜଣଙ୍କ ସମସ୍ତ କଳା କାରନାମା କଏଦ ହୋଇଛି । ମାତ୍ର ୧୫ ମିନିଟ୍‌ ଭିତରେ ଚୋରଦ୍ଵୟ ଘଟଣାସ୍ଥଳରୁ ଟଙ୍କା ଓ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଉଠାଇ ଏକ କାର୍ ଯୋଗେ ଛୁ’ ମାରିଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୈତ୍ରୀବିହାର ଥାନା ପୋଲିସ ସେମାନଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ । 
ସୂଚନା ମୁତାବକ, ଏକ କର୍ପୋରେଟ୍ ସଂସ୍ଥାର ଅବସରପ୍ରାପ୍ତ ଏଚ୍ଆର୍ ସରୋଜ କୁମାର ମିଶ୍ରଙ୍କ ଡାକ୍ତର ଝିଅ ସଂଜନିକା ମିଶ୍ରଙ୍କ ସହ ଝାଡ଼ଖଣ୍ଡ ଚକ୍ରଧରପୁରର ଡାକ୍ତର ଅଭିଷେକ ଷଡ଼ଙ୍ଗୀଙ୍କ ବିବାହ ହେଉଥିଲା । ରବିବାର ସନ୍ଧ୍ୟାରେ ମୈତ୍ରୀବିହାର ଥାନା ଅଞ୍ଚଳର ଏକ ଷ୍ଟାର୍ ହୋଟେଲ୍‌ରେ ଏହି ବିବାହ ଅନୁଷ୍ଠିତ ହେଉଥିଲା । ସିସିଟିଭି ଫୁଟେଜ୍ ଅନୁସାରେ ଲୁଟେରା ଦ୍ଵୟ ବରଯାତ୍ରୀଙ୍କ ମେଳରେ ଆସିଥିଲେ। ହୋଟେଲ୍‌ ବାହାରେ ପାକିଂରେ କାର୍ ରଖିଥିଲେ । ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ମଣ୍ଡପରେ ଗହଳି ଆହୁରି ବଢ଼ି ଯାଇଥିଲା । କନ୍ୟା ସଂଜନିକାଙ୍କ ମଣ୍ଡପରେ ଉପହାର ସବୁ ଏକ ବ୍ୟାଗ୍‌ରେ ରହିଥିଲା। ସଂଜନିକାଙ୍କ ମା' ଉପହାର ସବୁକୁ ସଂଗ୍ରହ କରି ବ୍ୟାଗରେ ରଖୁଥିଲେ । ବରଯାତ୍ରୀ ମେଳରେ ଥିବା ଲୁଟେରାଦ୍ଵୟ ବେଶ୍ କିଛି ସମୟ କନ୍ୟାଙ୍କ ମଣ୍ଡପ ନିକଟରେ ଏପଟ ସେପଟ ହେଲେ । ମଣ୍ଡପ ଉପରେ ଅତିଥିମାନେ ସଂଜନିକାଙ୍କ ସହ ଫଟୋ ସୁଟ୍ କରୁଥିଲେ । ଏତିକି ବେଳେ ମଣ୍ଡପରେ ଫଟୋ ଉଠାଇବାକୁ ଭିଡ଼ ହୋଇଗଲା। ଏହି ମଉକାରେ ଜଣେ ଚୋର ସ୍ବାଭାବିକ ଭାବେ ମଣ୍ଡପ ଉପରକୁ ଯାଇ ସଂଜନିକାଙ୍କ ମା’ ରଖିଥିବା ବ୍ୟାଗକୁ ଉଠାଇଥିଲା ଏବଂ ମଣ୍ଡପ ତଳକୁ ଆସିଥିଲା । ମଣ୍ଡପ ତଳେ ଥିବା ଅନ୍ୟ ଲୁଟେରା ଜଣକ ତାଉପରେ ନଜର ରଖିଥାଏ । ନାଚଗୀତ ଓ ଫଟୋ ଉଠାରେ ଅତିଥିମାନେ ଏମିତି ବ୍ୟସ୍ତ ଥିଲେ ଯେ, ବ୍ୟାଗ୍ ଧରି ବେଶ୍ ଆରାମରେ ତଳକୁ ଆସୁଥିବା ଲୁଟେରାକୁ ଦେଖିପାରି ନଥିଲେ। ଏହାପରେ ଲୁଟେରାଦ୍ଵୟ ହୋଟେଲ୍‌ ବାହାରକୁ ଆସି କାର୍ ଯୋଗେ ପଳାଇଥିଲେ । ସରୋଜଙ୍କ ସୂଚନାନୁସାରେ ବ୍ୟାଗରେ ୧୦ ଭରିରୁ ଅଧିକ ଓଜନର ସୁନାଗହଣା ସହିତ ୨.୫ ଲକ୍ଷ ଟଙ୍କା ଥିଲା । ବର ପାଇଁ ଡାଇମଣ୍ଡ୍ କୋଟିଂ ବ୍ରେସ୍‌ଲେଟ୍‌, କନ୍ୟାର ଡାଇମଣ୍ଡ୍ କୋଟିଂ ଚୁଡ଼ି, କାନଫୁଲ, ନଣନ୍ଦ ମୁଦି ଓ ଶ୍ୱଶୁର ଘର ପକ୍ଷରୁ ମିଳିଥିବା କନ୍ୟାଙ୍କ ସୁନା ଗହଣା ବ୍ୟାଗ୍‌ରେ ଥିଲା । ଉପହାର ବାବଦରେ ସଂଜନିକାଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କା ମିଳିଥିଲା ବୋଲି କୁହାଯାଉଛି । ଏହାବାଦ ହୋଟେଲ୍‌ର ବକେୟା ୫୦ ହଜାର ଟଙ୍କା ମଧ୍ୟ ବ୍ୟାଗରେ ଥିଲା ବୋଲି ସରୋଜ କହିଛନ୍ତି । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି ।

Powered by Froala Editor

Tags Loot

Related articles Odisha News Lens 4.1

  • ଫିଲିପାଇନ୍ସରେ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କଲା ଜରୁରୀକାଳୀନ ଅବତରଣ
    ଦେଶ-ଦେଶାନ୍ତର

    ଫିଲିପାଇନ୍ସରେ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କଲା ଜରୁରୀକାଳୀନ ଅବତରଣ

    15000
    Nov 21, 2026
  • ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ
    ଦେଶ-ଦେଶାନ୍ତର

    ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

    15530
    Nov 22, 2026
  • ସୁନାକୁ ନେଇ ମୋଦୀ କହିଲେ ଏମିତି କଥା, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ସୁନାକୁ ନେଇ ମୋଦୀ କହିଲେ ଏମିତି କଥା, ଜାଣନ୍ତୁ କ’ଣ ?

    14960
    Nov 22, 2026
  • ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

    14889
    Nov 22, 2026
  • ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ଏଚ୍‌୫ଏନ୍‌୧ ଟିକାର ଶୁଭାରମ୍ଭ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ସ୍ବଦେଶୀ ନିର୍ମିତ ଏଚ୍‌୫ଏନ୍‌୧ ଟିକାର ଶୁଭାରମ୍ଭ

    15596
    Nov 21, 2026
  • ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି
    ଦେଶ-ଦେଶାନ୍ତର

    ମହାନଦୀ ଜଳ ବିବାଦ: ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

    14156
    Nov 21, 2026
  • ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ ଭକ୍ତ
    ଦେଶ-ଦେଶାନ୍ତର

    ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ ଭକ୍ତ

    14270
    Nov 22, 2026
  • ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

    14237
    Nov 22, 2026
  • ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
    ଦେଶ-ଦେଶାନ୍ତର

    ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

    15439
    Nov 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମହିଳାଙ୍କୁ ଦୁଷ୍କର୍ମ ପରେ ଛାତିକୁ ଗୋଇଠା ମାରି ହତ୍ୟା

    13348
    Nov 22, 2026
  • ଦେଶ-ଦେଶାନ୍ତର

    ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

    14237
    Nov 22, 2026
  • ଦେଶ-ଦେଶାନ୍ତର

    ସୁନାକୁ ନେଇ ମୋଦୀ କହିଲେ ଏମିତି କଥା, ଜାଣନ୍ତୁ କ’ଣ ?

    14960
    Nov 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17302
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18004
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17959
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18373
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15446
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14847
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14472
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15816
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14597
    Nov 07, 2026

ବାଣିଜ୍ୟ

ମାସକରେ କମିଲାଣି ୨୧ ହଜାର ସୁନା

ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ସୁନା ଏବଂ ରୁପା । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15767
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14087
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15735
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14359
    Nov 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

    14889
    Nov 22, 2026
  • ମହିଳାଙ୍କୁ ଦୁଷ୍କର୍ମ ପରେ ଛାତିକୁ ଗୋଇଠା ମାରି ହତ୍ୟା

    13348
    Nov 22, 2026
  • ଫିଲିପାଇନ୍ସରେ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କଲା ଜରୁରୀକାଳୀନ ଅବତରଣ

    15000
    Nov 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In