ମତଦାନ ବେଳେ ହିଂସାକାଣ୍ଡ, ୪ ମୃତ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି । ଏଥିରେ ମୋଟ ୪ ଜଣଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି । କୁଚବେହାର ଜିଲ୍ଲା ମତଭଙ୍ଗରେ ମତଦାନ ବେଳେ ଗୁଳିକାଣ୍ଡ ଘଟି ୪ ଜଣଙ୍କ ମୃତୁ୍ୟ ହୋଇଛି । ଏକାଧିକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ଆକ୍ରମଣ ମଧ୍ୟ କରାଯାଇଛି । ସବୁଠୁ ବଡ଼ କଥା ହେଲା ଏହି ହିଂସାକାଣ୍ଡ ବେଳେ ସାମ୍ବାଦିକ ବି ଆକ୍ରମଣରୁ ବାଦ ପଡ଼ିନଥିବା ଜଣାଯାଇଛି । ବେଙ୍ଗଲରେ ୫ଟି ଜିଲ୍ଲାରେ ମୋଟ ୪୪ଟି ଆସନ ପାଇଁ ମତଦାନ ଚାଲିଛି ।